(ଜ୍ୟୋତିରଂଜନ ଧର)କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନ୍ଟିପିସି ଟାଉନ ଥାନା ଅଧିନସ୍ଥ ପୃଥକ ପୃଥକ ଦୁଇଟି ସ୍ଥାନରେ ଏନଟିପିସି ପ୍ରକଳ୍ପରେ ଶ୍ରମିକ ଭାବରେ ନିଯୁକ୍ତି ଦାବୀ କରି ଶନିବାର ଠାରୁ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଆମରଣ ଅନଶନ ଆଜି ସଂଧ୍ୟା ୬ଟାରେ ସ୍ଥଗିତ ହୋଇଯାଇଛି । ବିଜିଗୋଳ ପଂଚାୟତସ୍ଥିତ ବାରଡାଙ୍ଗୁଆ ଗ୍ରାମର ଜମିହରା ଦମ୍ପତି ସୈାଭାଗ୍ୟ ସାହୁ ଓ ବାସନ୍ତି ସାହୁ ଆଜି ସକାଳ ୧୦ଘଟିକାରେ ଏନଟିପିସି ପାଣିପମ୍ପ ହାଉସ୍ ସମ୍ମୁଖରେ ଆମରଣ ଅନଶନ ଚଳାଇଥିବା ବେଳେ ଅନୁରୂପ ଭାବରେ ବିଜିଗୋଳ ଗ୍ରାମର ଭିନ୍ନକ୍ଷମ ଚଣ୍ଡୁ ବେହେରା ସକାଳ୮ଟାରେ ଏନଟିପିସି ଆମ୍ବପାଳ ରେଲୱେ ଲେବୁଲ କ୍ରସିଂଗ୍ ନିକଟରେ ଆମରଣ ଅନଶନ ଚଲାଇଥିଲେ । ଖବର ପାଇ ଅନଶନ କାରୀଙ୍କ ପାଖକୁ ଏନଟିପିସି ଟାଉନ ଥାନା ଆଇଆଇସି ଦୀପିକା ଦେବୀ ରାୟ ପହଁଚି ବୁଝାସୁଝା କରିଥିଲେ । କିନ୍ତୁ ଆନ୍ଦୋଳନ କାରୀ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଯାରୀ ରହିବ ବୋଲି ଚେତାଇ ଦେଇଥିଲେ । ଆନ୍ଦୋଳନକାରୀଙ୍କ ପକ୍ଷରୁ ଅନୁଗୋଳ ଜିଲ୍ଲାପାଳ ଓ ଏସ୍ପି, ମାନ୍ୟବର ସାଂସଦ(ଲୋକସଭା),ଢେଙ୍କାନାଳ, ତାଳଚେର ବିଧାୟକ, ତାଳଚେର ଉପଜିଲ୍ଲାପାଳ, ବିଡିଓ କଣିହାଁ, ଏନଟିପିସି, କଣିହାଁ ନିର୍ବାହୀ ନିର୍ନ୍ଦେଶକ, ଆଇଆଇସି ଏନଟିପିସିଙ୍କୁ ଲିଖିତ ଭାବରେ ଅବଗତ କରାଯାଇଥିବା ଜଣାଯାଇଛି । ଏନଟିପିସି ଟାଉନ ଥାନା ପରିସରରେ ଏକ ସମାଧାନୀ ବୈଠକ ବସିବା ପରେ ସମସ୍ୟା ସମାଧାନର ଲିଖିତ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଯାଇଛି । ଚଳିତ ମାସ ୩୦ ତାରିଖ ସୁଧା ଏନଟିପିସି ପ୍ରକଳ୍ପରେ ସୈାଭାଗ୍ୟ ସାହୁ ପୂର୍ବରୁ ସୁନିଲ କଂଷ୍ଟ୍ରକସ କାମ କରିଥିବା ସ୍ଥାନରେ ନିଯୁକ୍ତି ଦେବା ଏବଂ ଭିନ୍ନକ୍ଷମ ଚଣ୍ଡୁ ଜଣେ ଜମିହରା ପ୍ରଜା ହୋଇନଥିବାରୁ ଆସନ୍ତା ୩୦ତାରିଖରେ ଏନଟିପିସି ଅଧିକାରୀ ସହିତ ପୁଅ ବଳରାମଙ୍କ ସହିତ ଏକ ଆଲୋଚନା ହେବା ପରେ ସମସ୍ୟା ସମାଧାନ କରିବାର ପ୍ରତିଶୃତି ପତ୍ରରେ ଉଲ୍ଲେଖ ଥିବା ଜଣାପଡିଛି । କଣିହାଁ ତହସିଲଦାର ଅଂଶୁମାନ ସତପଥିଙ୍କ ଅଧକ୍ଷତା କରିଥିଲେ । ଏନଟିପିସି ମାନବସମ୍ବଳ ବିଭାଗର ବରିଷ୍ଠ ମ୍ୟାନେଜର ରାଜେନ୍ଦ୍ର ବେହେରା, ଥାନା ଆଇଆଇସି ଦୀପିକା ଦେବୀ ରାୟ, ସୈାଭାଗ୍ୟ ସାହୁ ଓ ଭିନ୍ନକ୍ଷମ ଚଣ୍ଡୁ ବେହେରାଙ୍କ ପୁତ୍ର ବଳରାମ ବେହେରା ପ୍ରମୁଖ ସମାଧାନୀ ବୈଠକରେ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଜମିହରା ସୈାଭାଗ୍ୟ କିଛିଦିନ ପୂର୍ବରୁ ସୁନିଲ କନଷ୍ଟ୍ରକସନ ନାମକ ଏକ ଠିକାସଂସ୍ଥା ଅଧିନରେ କାମ କରିଆସୁଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସଂପୃକ୍ତ ଠିକା କମ୍ପାନୀ କାମ ସରିଗଲା କହି ଆଉ ଗେଟ୍ ପାସ୍ ନବୀକରଣ କଲାନାହିଁ କି ଏନଟିପିସି ଏଚଆର ଅଧିକାରୀଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ମିଳିନଥିବା ଫଳରେ ଏଭଳି ଅନଶନ କରିବାକୁ ବାଧ୍ୟ ହେଲେ ବୋଲି କୁହନ୍ତି । ସେହି ଭିନ୍ନକ୍ଷମ ଚଣ୍ଡୁ ବେହାରଙ୍କ କହିବା ମୁତାବକ ସେ ଏସ.ବି. କନଷ୍ଟ୍ରକସନ ଅଧିନରେ ୧୫ ବର୍ଷ ପୂର୍ବ କାମ କରି ଫେରିବା ବେଳକୁ ପ୍ଲାଂଟ ସମ୍ମଖରେ ଦୁର୍ଘଟଣାଗ୍ରସ୍ତ ହୋଇ ସେହି ଦିନ ଠାରୁ ଦିବ୍ୟାଙ୍ଗ ହୋଇଗଲେ । ସେହି ସମୟରେ ଏକମାତ୍ର ପୁଅ ବଳରାମ ସାବାଳକ ଥିଲା । କିନ୍ତୁ ଇତି ମଧ୍ୟରେ ତାଙ୍କର ଏକମାତ୍ର ପୁଅ ବଳରାମ ଏବେ ସାବାଳକ । ତେଣୁ ପରିବାର ଚଳାଇବା କଷ୍ଟସାଧ୍ୟ । ଏଣୁ ସେ କାମ କରୁଥିବା ସ୍ଥାନରେ ପୁଅକୁ ନିଯୁକ୍ତି ଦେବା ପାଇଁ ଦାବୀ କରିଆସୁଥିଲା ବେଳେ ନିକଟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ନିବେଦନ କରିଥିଲେ । ଏନଟିପିସି ଏଚଆର ଅଧିକାରୀଙ୍କୁ ଭିନ୍ନକ୍ଷମ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ କିନ୍ତୁ ତାହା କାର୍ଯ୍ୟକାରୀ ନହେବାରୁ ଅନଶନ କରିଥିବା ଚଣ୍ଡୁ କୁହନ୍ତି । ଯଦି କାରଖାନା କର୍ତୃପକ୍ଷ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଯୁକ୍ତି ନଦିଅନ୍ତି ତାହାହେଲେ ପୁନର୍ବାର ଆମରଣ ଅନଶନ ଯାରୀ ରହିବ ବୋଲି ଆନ୍ଦୋଳନ କାରୀ ଚେତାଇ ଦେଇଛନ୍ତି ।
previous post