ଓଡିଶା

ଭୁବନେଶ୍ୱରରେ  ଆଉ ସାଇବର ଥାନା ଉଦ୍ଘାଟିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଆଉ ଏକ ସାଇବର ଥାନା ଡିଜିପି ଅଭୟଙ୍କ କର କମଳରେ ଉଦ୍ଘାଟିତ ହୋଇ ଯାଇଛି । ଭୁବନେଶ୍ୱର ସାଇବର କମ୍ପ୍ଲେକ୍ସରେ କ୍ରାଇମବ୍ରାଞ୍ଚର ଏହି ସାଇବର ଥାନାକୁ ଉଦ୍‌ଘାଟିତ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ଏବେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ପାଇଛି। କଟକରେ ଥିବା ସାଇବର ଥାନା ମଧ୍ୟ ଭୁବନେଶ୍ୱରରୁ ଅପରେଟ ହେବ।
ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ରାଜ୍ୟରେ ସାଇବର ଥାନା ସ୍ଥାପନ କରାଯିବା ସହ ସାଇବର ଥାନା ମାଧ୍ୟମରେ କର୍ମଚାରୀଙ୍କୁ ତାଲିମ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ ବୋଲି ଡିଜିପି କହିଛନ୍ତି। ପ୍ରତି ଥାନାରେ ସାଇବର କ୍ରାଇମ୍ ସମ୍ପର୍କିତ ଜ୍ଞାନ ଥିବା ଜଣେ କର୍ମଚାରୀଙ୍କୁ ନିୟୋଜିତ କରାଯିବ ।

 

Related posts

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଗଣଦୌଡ଼ ଅନୁଷ୍ଠିତ ।

mahabharatanews

ଭଞ୍ଜନଗର ଯାତ୍ରା : ଅପେରା ହେତୁ ପ୍ରବଳ ଭିଡ଼

mahabharatanews

ଓଡିଶା ରାଜନୀତିର ଉଜ୍ଜଳ ତାରକା

mahabharatanews