Uncategorized

ଭୁଲ ଟ୍ୱିଟ କରି ସିନ୍ଧିଆ ହେଲେ ଟ୍ରୋଲ

ମୁମ୍ବାଇ: ମଧ୍ୟପ୍ରଦେଶ ରାଜନୀତିର ଜଣାଶୁଣା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ତାଙ୍କ ଏକ ଟ୍ୱିଟକୁ ନେଇ ବେଶ ଟ୍ରୋଲ ହେଉଛନ୍ତି । ଟ୍ୱିଟରେ ଥିବା ଭୁଲକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ସଂଗୀତ ନିର୍ଦେଶକ ୱାଜିଦ ଖାନଙ୍କ ୪୨ ବର୍ଷ ବୟସରେ ରବିବାର ବିଳମ୍ବିତ ରାତିରେ ନିଧନ ହୋଇଛି । ୱାଜିଦ ନିଧନ ପରେ ସିନ୍ଧିଆ ଟ୍ୱିଟ କରି ୱାଜିଦ ଖାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । କିନ୍ତୁ ଟ୍ୱିଟରେ ସେ ଲେଖିଥିଲେ, ‘ବଲିଉଡର ପ୍ରସିଦ୍ଧ ସଂଗୀତ ନିର୍ଦେଶକ ୱାଜିଦ ଖାନଙ୍କ ଆକସ୍ମିକ ନିଧନ ଖବର ଅତ୍ୟନ୍ତ ଦୁଃଖଦ । ଶୋକ ସନ୍ତପ୍ତ ପରିବାର ପାଇଁ ମୋର ଗଭୀର ସମବେଦନା । ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ । ଏପର୍ଯ୍ୟନ୍ତ ସବୁ ଠିକ ଥିଲା । କିନ୍ତୁ ସେ ସାଜିଦ ଖାନଙ୍କୁ ହାସଟ୍ୟାଗ କରିବା ବଦଳରେ ସାଜିଦ ନାଡିଆଡୱାଲାଙ୍କୁ ଟ୍ୟାଗ କରିଦେଇଥିଲେ । ସାଜିଦ ନାଡିଆଡ଼ୱାଲା ବଲିଉଡ ଜଗତର ଜଣେ ଜଣାଶୁଣା ପ୍ରଯୋଜକ । ସିନ୍ଧିଆ ୧୨ଟା ୩୮ ମିନିଟରେ ଏହି ଟ୍ୱିଟ କରିଥିଲେ । ଭୁଲ ଜାଣିବା ପରେ ସେ ତୁରନ୍ତ ଏହି ଟ୍ୱିଟ ଡିଲିଟ କରି ଦେଇଥିଲେ । କିନ୍ତୁ ଡିଲିଟ ପୂର୍ବରୁ କିଛିଲୋକ ଏହାର ସ୍କ୍ରିନ ସଟ ନେଇଯାଇଥିଲେ ଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ ସ୍କ୍ରିନସଟ ।

Related posts

ନିର୍ଭୟା କାଣ୍ଡ: କ୍ୟୁରେଟିଭ ପିଟିସନ ଦାୟର କଲା ବିନୟ

mahabharatanews

ଭାରତକୁ ମିଳିଲା ଦୁଇ ଏମଏଚ-୬୦ ହେଲିକପ୍ଟର

mahabharatanews

ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

mahabharatanews