ଓଡିଶା

ଭୁଶୁଡ଼ିଲା ବିମାନବନ୍ଦରର ନିର୍ମାଣଧୀନ ଛାତ, ସିବିଆଇ ତଦନ୍ତ ଦାବୀ କଲା କଂଗ୍ରେସ

(ଆଦର୍ଶ ରାଉତ ): ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ମଧ୍ୟ ରାତ୍ରୀରେ ଏକ ନିର୍ମାଣଧୀନ ଛାତ ଭୁଶୁଡ଼ିପଡ଼ିଛି । ବିମାନବନ୍ଦରର ଟର୍ମିନାଲ-୧ ରୁ ଟର୍ମିନାଲ-୨କୁ ଯୋଡ଼ିବା ପାଇଁ୧୦ ହଜାର ବର୍ଗଫୁଟର ଏକ ଛାତ କାମ ଚାଲିଥିଲା । ଦିଲୀପ କନଷ୍ଟ୍ରକଶନ ନାମରେ ଏକ ନିର୍ମାଣ ସଂସ୍ଥା ଦ୍ୱାରା ଏହି କାମ କରାଯାଉଥିଲା । ରାତିରେ ଢଳେଇ ପଡ଼ିବା ସମୟରେ ଛାତଟି ସଂପୂର୍ଣ୍ଣ ରୂପେ ଗଳି ପଡ଼ିଥିଲା ବୋଲି କୁହାଯାଉଛି । ଘଟଣାସ୍ଥଳରେ ସ୍ୱତନ୍ତ୍ର ରିଲିଫ କମିଶନର, ଭୁବନେଶ୍ୱର ଡିସିପି ଓ ବହୁ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ । ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ଦୁର୍ଘଟଣାସ୍ଥଳକୁ ପହଞ୍ଚି ଥିଲେ । ସର୍ଚ୍ଚ ଅପରେଶନ ପାଇଁ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା ।
ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କଟକ ଜିଲ୍ଲାର ବଡ଼ମ୍ବା ଅଞ୍ଚଳର ଅନ୍ତର୍ୟ୍ୟାମୀ ଗୁରୁ । ଆହତ କିଶୋର ସ୍ୱାଇଁଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଶୋରଙ୍କ ଘର ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି । ତେବେ ବିଜୁ ପଟ୍ଟନାୟକ ଅର୍ନ୍ତାଜାତୀୟ ବିମାନବନ୍ଦରରୁ ବିମାନ ଚଳାଚଳ ପ୍ରଭାବିତ ହୋଇନାହିଁ ।
ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ଏହି ଘଟଣାର ପ୍ରାରମ୍ଭିକ ଯାଞ୍ଚ କରାଯାଉଛି ।

Related posts

ବାହାନଗା ଷ୍ଟେସନ୍‌ରେ ସ୍ବାଭାବିକ ସ୍ଥିତି , ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ

mahabharatanews

ଶ୍ରୀକ୍ଷେତ୍ର ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

କରୋନା ମୁକାବିଲା ପାଇଁ ଅଧିକ ସତର୍କ ରହିବାକୁ ପୁରୀ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews

Leave a Comment