ଓଡିଶା

ମା ସୁରାଦେଇ ଠାକୁରାଣୀଙ୍କ ବାର୍ଷିକ ସାଂସ୍କୃତିକ ଉତ୍ସବରେ ବିଧାୟକ

ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ କେନ୍ଦୁବଣିଆ ଗ୍ରାମରେ ମା ସୁରାଦେଇ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ଗୁରୁବାର ନାମ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ବିଧାୟକ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ଫୁଲ ଚନ୍ଦନ,ନାମ ସଂକୀର୍ତ୍ତନ ଓ ହୁଳହୁଳି ଦେଇ ସହସମ୍ମାନେ ପାଛୁଟି ଆଣିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ସୁରାଦେଇ ଠାକୁରାଣୀଙ୍କୁ ଦର୍ଶନ କରିବା ସହ ଆଶିଷ ବିଭୁ କୃପାଲାଭ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା,୧୭ ନଂ ଜୋନ ଜିଲ୍ଲାପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା,ସ୍ଥାନୀୟ ସରପଞ୍ଚ ସୁମିତ୍ରା ଜାନି,ନାଏବ ସରପଞ୍ଚ ପ୍ରହଲ୍ଲାଦ ମଳିକ, ଢେଙ୍କେଣା ସରପଞ୍ଚ ତଥା ବ୍ଲକ ବିଜେଡ଼ି ସଭାପତି ଯୁଗଳ କିଶୋର ସାହୁ,ଗ୍ରାମର ସଭାପତି ଅନ୍ତର୍ଯ୍ୟାମୀ ଡ଼ାକୁଆ,ୱାର୍ଡ ସଭ୍ୟା ରମ୍ଭା ଜାନି ପ୍ରମୁଖ ଉପସ୍ଥିତ ରହିଥିଲେ।ଏହି ଅବସରରେ ମଞ୍ଚାସିନ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀ ଦେଇ ସମ୍ମାନୀତ ଜଣାଇଥିଲେ।

ଗ୍ରାମରେ ସ୍ଥାୟୀ କୋଠଘର ନଥିବାରୁ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଥିବା ଏନେଇ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଗ୍ରାମବାସୀ ଅଭିଯୋଗ କରିଥିଲେ।ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଗ୍ରାମରେ ଏକ କୋଠଘର ନିର୍ମାଣ କରିବା ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ ବୋଲି ବିଧାୟକ ରମେଶ ଚନ୍ଦ୍ର ବେହେରା ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ ଏବଂ ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିବା ସହ ଆମେ ବିଧାୟକ,ଅଧ୍ୟକ୍ଷା,ସରପଞ୍ଚ ହିସାବରେ ନୁହେଁ ବରଂ ଆମେ ଜଣେ ଭାଇ ଜଣେ ଭଉଣୀ ହିସାବରେ ସୁଖରେ ଦୁଃଖରେ ଆପଣଙ୍କ ସାଥିରେ ବର୍ତ୍ତମାନ ଅଛୁ ରହିଛୁ ଆଗାମୀ ଦିନରେ ମଧ୍ୟ ରହିବୁ ବୋଲି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଗ୍ରାମବାସୀଙ୍କୁ କହିଥିଲେ। ଯାହାକୁ ନେଇ ଗ୍ରାମବାସୀଙ୍କ ମନରେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।ରାତ୍ର ୧୦ ଘଟିକା ସମୟରେ ରାବଣ ବଧ ରାମ ନାଟକ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକମାନେ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ମନଭରି ଉପଭୋଗ କରିଥିଲେ।

Related posts

୫ ବାଲି ବୋଝେଇ ଟ୍ରାକ୍ଟରରୁ ୧ଲକ୍ଷ ଟଙ୍କା ଜରିମାନା

mahabharatanews

ଲୋକେ ସଚେତନ ନ ହେଲେ ସ୍ଥିତି ଭୟଙ୍କର ହେବ

mahabharatanews

ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକ ମେଳା

mahabharatanews