ଓଡିଶା

ଚାନ୍ଦବାଲିରେ ଜୁଲଫତୁନ୍ ଇଣ୍ଟରନ୍ୟାସନାଲ୍ ମହିଳା ଫାଉଣ୍ଡେସନ୍‌ର ବାର୍ଷିକ ଅନୁଷ୍ଠିତ

ଗ୍ରାମୀଣ ଅଞ୍ଚଳର ଗରିବ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଯୋଗାଇ ସ୍ୱାବଲମ୍ବୀ କରିବା ସହ ନାରୀ ସଶକ୍ତିକରଣକୁ ମୁଖ୍ୟ ଲକ୍ଷ୍ୟ କରି କାର୍ଯ୍ୟ କରୁଥିବା ଜୁଲଫତୁନ୍ ଇଣ୍ଟରନ୍ୟାସନାଲ୍ ମହିଳା ଫାଉଣ୍ଡେସନ୍‌ର ବାର୍ଷିକ ଉତ୍ସବ ଚାନ୍ଦବାଲି ଏନ୍‌ଏସି ଅନ୍ତର୍ଗତ ଗୋଲାଡ଼ିଆ ବସ୍ତିରେ ଉତ୍ସାହ ଓ ଆଡ଼ମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି।ଉତ୍ସବରେ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ସେଖ ମେରାଜ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ ଯୋଗ ଦେଇ ସଂସ୍ଥାର ସାମାଜିକ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଚାନ୍ଦବାଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଭାସ ରଞ୍ଜନ ପାଣିଗ୍ରାହୀ, ଓକିଲ ସଂଘ ସଭାପତି ଉପେନ୍ଦ୍ର ରାଉଳ, ସସ୍ମିତା ଦାସ,ବିଶ୍ଵକେଶରୀ ମହାନ୍ତି, ଆର୍‌ଆଇ ଚନ୍ଦନ ମୁଣ୍ଡା, ସଂସ୍ଥାର ପ୍ରତିଷ୍ଠାତ୍ରୀ ତବଷୁମ ବେନଜୀର ଓ ନିର୍ଦେଶିକା ସମିନା ପରବିନ ପ୍ରମୁଖ ଉପସ୍ଥିତ ଥିଲେ । ଜୁଲଫତୁନ୍ ଇଣ୍ଟରନ୍ୟାସନାଲ୍ ମହିଳା ଫାଉଣ୍ଡେସନ୍ ଶିକ୍ଷା, ସ୍ୱାସ୍ଥ୍ୟ ସଚେତନତା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ଯେଉଁ ସମର୍ପଣ ସହ କାମ କରୁଛି, ତାହା ସମାଜ ପାଇଁ ଅନୁକରଣୀୟ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ ।

Related posts

ରାଜ୍ୟରେ ବାଘ ଗଣନା

mahabharatanews

କୁଲତା ସମାଜ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ

mahabharatanews

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାବେଶ

mahabharatanews