(ମହାଭାରତ): ସାଧାରଣତଃ ଲୋକମାନେ ଶାକାହାରୀ ହୋଇଥାନ୍ତି ନଚେତ ମାଂସାହାରୀ । ଭେଜିଟେରିୟାନ ଏବଂ ନନଭେଜିଟେରିୟାନଙ୍କ ବ୍ୟତୀତ ଏକ ତୃତୀୟ ପ୍ରକାରର ଲୋକ ମଧ୍ୟ ରହିଥାନ୍ତି ଯିଏକି ଚିକେନ, ମଟନ ତ ଖାଇନଥାନ୍ତି କିନ୍ତୁ ଏଗ ବା ଅଣ୍ଡା ଖାଇଥାନ୍ତି । ତେବେ ଏମାନଙ୍କୁ ଏଗିଟେରିୟାନ କୁହାଯାଇଥାଏ । ଅ ।ଜିକାଲି ଭେଗାନ ଫୁଡ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଯଦି ଅ ।ପଣ ଶାକାହାରୀ ଏବଂ ଅ ।ପଣଙ୍କୁ ଅଣ୍ଡା ଖାଇବାକୁ ଇଛା ହେଉଛି ତାହେଲେ ଚିନ୍ତା କରନ୍ତୁ ନାହିଁ ଅ ।ମେ ଅ ।ପଣଙ୍କ ପାଇଁ ନେଇ ଅ ।ସିଛୁ ଭେଜ ଫ୍ରାଏଡ ଏଗ ରେସିପି । ତାହେଲେ ଅ ।ସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଭେଜ ଫ୍ରାଏଡ ଏଗ ।
ଅ ।ବଶ୍ୟକୀୟ ସାମଗ୍ରୀ
୨୫୦ଗ୍ରାମ ପନିର, ୪ ଚାମଚ କର୍ଣ୍ଣଫ୍ଲୋର, ୧ ଚାମଚ ବେସନ, ୧ ଚାମଚ ଦେଶୀଘିଅ, ଗୋଟିଏ ପିଅ ।ଜ, ଗୋଲମରିଚ ଗୁଣ୍ଡ, ତେଲ ଓ ଅ ।ବଶ୍ୟକ ଅନୁସାରେ ଲୁଣ ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ବେସନକୁ ହାଲକା ଭାଜିଦିଅନ୍ତୁ । ଗୋଟିଏ ପାତ୍ରରେ କିଛି ପନିର, ଅଧା ଚାମଚ କର୍ଣ୍ଣଫ୍ଲୋର ଏବଂ ଭାଜି ରଖିଥିବା ବେସନ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ଏହାକୁ ଛୋଟ ଛୋଟ ଗୁଳା କରି ଦିଅନ୍ତୁ ।
ବର୍ତ୍ତମାନ ପନିରକୁ ଗ୍ରେଟ କରି ସେଥିରେ କର୍ଣ୍ଣଫ୍ଲୋର ପକାଇ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଏହାକୁ ବଡ଼ ବଡ଼ ଗୁଳା କରିଦିଅନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ କରିଥିବା ଛୋଟ ଛୋଟ ଗୁଳାକୁ ଏହି ବଡ଼ ଗୁଳା ଭିତରେ ଭରି ଅଣ୍ଡା ଅ ।କାରର ବନାଇ ଦିଅନ୍ତୁ । ବର୍ତ୍ତମାନ କଡେଇରେ ତେଲ ଗରମ କରି ସେଥିରେ ଉକ୍ତ ଅଣ୍ଡା ଗୁଡିକ ପକାଇ ଫ୍ରାଏ କରନ୍ତୁ । ଟିକିଏ ସୁନେଲି ରଙ୍ଗ ହୋଇଗଲା ପରେ ଏହାକୁ ବାହାର କରିଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଅ ।ପଣଙ୍କର ଭେଜ ଫ୍ରାଏଡ ଏଗ । ଏହାକୁ ଅ ।ପଣ ଗରମ ଗରମ ଯେକୌଣସି ଚଟଣି ସହିତ ସର୍ଭ କରିପାରିବେ ।