(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଭୋଟର ତାଲିକା ସଂଶୋଧନ ୨୦୨୧ ମସିହା ନିମନ୍ତେ ଏକ ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଏବଂ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଆସନ୍ତା ଡିସେମ୍ବର ୫ ଏବଂ ୬ ଦିନ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ ହେବ । ଏହି ଦିନ ସମସ୍ତ ବିଏଲଓ ଓ ସୁପରଭାଇଜର ମାନେ ନିଜ ନିଜ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଉପସ୍ଥିତ ରହି ଜନସାଧାରଣଙ୍କ ଆବେଦନ ପତ୍ର ଗ୍ରହଣ କରିବେ । ୨୦୨୧ ଜାନୁଆରୀ ସୁଦ୍ଧା ଯେଉଁ ମାନଙ୍କୁ ୧୮ ବର୍ଷ ହେବାକୁ ଯାଉଛି ସେମାଙ୍କୁ ଏହି ତାଲିକାରେ ନୂଆ ଭୋଟର ଭାବେ ଯୋଡ଼ା ହେବ । www.nvsp.in ୱେବ୍ସାଇଟକୁ ଯାଇ ଅବଶ୍ୟକତା ଅନୁଯାଇ ନିର୍ଦ୍ଧାରିତ ଫର୍ମ ପୂରଣ କରି ଅନ ଲାଇନ ରେ ଆବେଦନ କରିପାରିବେ । ଫର୍ମ -୬ ଏବଂ ଫର୍ମ-୬ (କ) ଯଥାକ୍ରମେ ଭୋଟର ତାଲିକାରେ ନାମ ପୁଞ୍ଜୀକରଣ କରିବା ପାଇଁ ଆବେଦନ ଏବଂ ପ୍ରବାସୀ ଭୋଟର ତାଲିକାରେ ଆବେଦନ କରିପାରିବେ ଜ୍ଝଫର୍ମ -୭ ରେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ହେବାକୁ ବିରୋଧ କିମ୍ବା ବାଦ କରିବା ପାଇଁ ଆବେଦନ କରିପାରିବେ । ଫର୍ମ-୮ ରେ ଭୋଟର ତାଲିକାରେ ସଂଶୋଧନ କରିବା ପାଇଁ ଆବେଦନ କରିପାରିବେ । ଫର୍ମ-୮(କ ) ରେ ଭୋଟର ତାଲିକାରେ ନାମ ସ୍ଥାନାନ୍ତରଣ ନିମନ୍ତେ ଆବେଦନ କରିପାରିବେ । ଏହା ଛଡା କିପରି ଅଧିକରୁ ଅଧିକ ମହିଳା ସାମ୍ବିଧାନିକ ପ୍ରକ୍ରିୟାରେ ସାମିଲ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରତିନିଧି ମାନଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ପରେ ଉପଜିଲ୍ଲାପାଳ ଭଞ୍ଜନଗର, ଆସ୍କା ଏବଂ ସୋରଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଇ. ଆର. ଓ ମାନଙ୍କ ସହ ଭୋଟର ତାଲିକା ସଂଶୋଧନ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ରାଜନୈତିକ ଦଳ ପକ୍ଷରୁ ପ୍ରତିନିଧିଭାବେ ବିଜେଡିରୁ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ବିଜେପିରୁ ସନ୍ତୋଷ କୁମାର ତିଆଡ଼ି, ବିଜେପି ସୋରଡ଼ାରୁ ରାଜେନ୍ଦ୍ର କୁମାର ରାଉତ, କଂଗ୍ରେସରୁ ସନ୍ତୋଷ କୁମାର ଉପସ୍ଥିତ ଥିଲେ ।