ଓଡିଶା

ଭୟାବହ ଅଗ୍ନିକାଣ୍ଡରେ ଜଳୁଛି ପୁରୀର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ

ପୁରୀ: ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ହୁତୁହୁତୁ ହୋଇ ଜଳାଇବାରେ ଲାଗିଛି ପୁରୀର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ। ଫଳରେ ଗତକାଲି ରାତି ୮ଟାରୁ ଲାଗିଥିବା ନିଆଁକୁ ଏ ପର୍ଯ୍ୟନ୍ତ ଆୟତ୍ତ କରି ହେଉନାହିଁ | କମ୍ପ୍ଲେକ୍ସର ପ୍ରଥମ ମହଲାକୁ ନିଆଁ ବ୍ୟାପିବା ଯୋଗୁ ସ୍ଥିତି ଅଧିକ ସଙ୍କଟଜନକ ହୋଇଛି। ପ୍ରବଳ ଧୂଆଁ ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ୧୬୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାମରେ ନିୟୋଜିତ ଅଛନ୍ତି। ୧୨ଟି ଦମକଳ ଓ ୨ଟି ଓଡ୍ରାଫ୍ ଟିମ୍ ନିଷ୍ଠାର ସହ କାମ କରୁଛନ୍ତି। ରାତିରେ ଆଲୋକର ଅସୁବିଧା ଥିବା ହେତୁ କାମ ଟିକେ କଷ୍ଟକର ଥିଲା, ହେଲେ ଏବେ ଜୋରସୋରରେ କାମ ଚାଲିଛି। ସୂଚନାଯୋଗ୍ୟ, ଟାଉନ୍ ଥାନା ଅନ୍ତର୍ଗତ ମରିଚିକୋଟ ଛକ ନିକଟ ଲକ୍ଷ୍ମୀବଜାରରେ ଥିବା ସମ୍ରାଟ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ରାତି ପ୍ରାୟ ସାଢ଼େ ୮ଟାରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲା। ତେବେ ଧୂଆଁରେ ରୁନ୍ଧି ହୋଇ ୩ ଜଣ ଅଗ୍ନିଶମ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ପୁରୀ ଏସପିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଗ୍ୟାସ କଟର ଜରିଆରେ ଦୋକାନ ଗୁଡିକର ସଟର କଟାଯାଉଛି। ସମ୍ରାଟ ହୋଟେଲରେ ଥିବା ୧୧୦ ପର୍ଯ୍ୟଟକଙ୍କୁ ବିଭିନ୍ନ ହୋଟେଲ ଓ ଧର୍ମଶାଳାରେ ପ୍ରଶାସନ ରଖିବାର ବ୍ୟବସ୍ଥା କରିଛି। ତେବଡ଼ କମ୍ପ୍ଲେକ୍ସର ଗୋଟିଏ ହିଁ ସଂକୀର୍ଣ୍ଣ ପ୍ରବେଶ ଓ ପ୍ରସ୍ଥାନ ପଥ ଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଯାଉଛି। ପ୍ରଥମ ମହଲାରେ ଏକ ବ୍ୟାଙ୍କ ରହିଥିବାରୁ ଏହାର ସୁରକ୍ଷା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକନରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ଏହା ବ୍ୟାପିଥିଲା। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

Related posts

କୋରାପୁଟରେ ସର୍ବାଧିକ ବର୍ଷା ରେକର୍ଡ

mahabharatanews

ସ୍ୱଚ୍ଛ ଭାରତ ଅଭିଯାନର ପୂର୍ତ୍ତି ଉତ୍ସବ

mahabharatanews

ସଂଗରୋଧ କେନ୍ଦ୍ରରେ ମିଳୁନି ଆଶ୍ରୟ: ଗଛ ତଳେ ଭୋକ ଉପାସରେ ପ୍ରବାସୀ

mahabharatanews