Uncategorized

ମଟନ,ଚିକେନଠୁ ବଳିଗଲା ପଣସ ଦର

(ମହାଭାରତ): କୋରୋନା ଭାଇରସ୍ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି । ଏତବରୁ ମଧ୍ୟ ବାଦ୍ ପଡିନି ଭାରତ । ଏଠାରେ ପ୍ରାୟ ୭୬ ଜଣ କୋରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଛନ୍ତି । ଏହି ଭୟରେ ଲୋକେ ଚିକନେ୍, ମଟନ ଖାଇବା ଏକ ପ୍ରକାର ଛାଡି ଦେଲେଣି । ଲୋକେ ଆମିଷ ସ୍ଥାନରେ ପଣସକୁ ଆପଣାଇ ନେଇଛନ୍ତି । ଏପରିକି ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ଚିକେନଠାରୁ ପଣସ ଅଧିକ ଦାମ୍ରେ ବିକ୍ରି ହେଉଛି । ସଂକ୍ରମଣରୁ ବର୍ତ୍ତିବା ପାଇଁ ଚିକେନ୍, ମଟନଠାରୁ ନିଜକୁ ଦୂରେଇ ରଖୁଛନ୍ତି । ଚିକେନ୍ କିଲୋ ୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ପଣସ କିଲୋ ୧୨୦ ଟଙ୍କା ପହଞ୍ଚିଛି । କିଛିଦିନ ତଳେ ପଣସର ସାଧାରଣ ମୂଲ୍ୟ ୫୦ ଟଙ୍କା ଥିଲା । ବିରିୟାନିରେ ଚିକେନ୍, ମଟନ ପରିବର୍ତ୍ତେ ପଶସର ବ୍ୟବହାର କରାଯାଉଛି । ପଣସରର ସ୍ୱାଦ ଆମିଷ ପରି ହୋଇଥିବାରୁ ଆମିଷାଷୀମାନେ ଏହାକୁ ବିକଳ୍ପ ଭାବେ ବାଛିଛନ୍ତି ।

ଖାଦ୍ୟ ସୁସ୍ୱାଦୁ ହେବା ସହ ଅନେକ ରୋଗରୁ ମଧ୍ୟ ପଣସ ରକ୍ଷା କରିଥାଏ । ଏଥିରେ ଭିଟାମିନ୍ ସି, ଭିଟାମିନ୍ ଇ ଏବଂ ଭିଟାମିନ୍ କେ ପ୍ରଚୁର ମାତ୍ରାରେ ରହିଛି । ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶରୀରରେ ରକ୍ତ କମ୍ ଥିଲେ ପଣସ ଖାଇଲେ ସବୁଠୁ ଭଲ । ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଅଧିକ ପରିମାଣର ରହିଛି । ଏହାଦ୍ୱାରା ହାଡ ମଜଭୁତ ହୋଇଥାଏ । କୋରୋନା ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପଣସ ଲାଭଦାୟକ । କାରଣ ଏହା ଫ୍ଲୁ’ ଦୂର କରିଥାଏ ।

Related posts

ସେଓ ରାବିଡ଼ି

mahabharatanews

କରୋନା ବାଣ୍ଟୁଛି ଘୃଣା: ଜାତିସଂଘ

mahabharatanews

ଆରଜେଡିକୁ ଶକ୍ତ ଧକ୍କା:ନୀତିଶଙ୍କ ଦଳରେ ମିଶିଲେ ୫ ବିଧାନ ପରିଷଦ ସଦସ୍ୟ

mahabharatanews