(ମହାଭାରତ): ଆବଶ୍ୟକ ସାମଗ୍ରୀ: ପ୍ଲେନ କୁଲଚା,ସିଝା ଗ୍ରୀନ ମଟର,କଟା ପିଆଜ,କଟା ଟମାଟୋ,କଟା ଅଦା,କଞ୍ଚା ଲଙ୍କା,ଜିରା,ସୋରିଷ ତେଲ,ଗୋଲ ମରିଚ ଗୁଣ୍ଡ,ଚାଟ ମସଲା,ଆମଚୁର ପାଉଡ଼ର,ଲୁଣ ଓ ଘିଅ ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପ୍ୟାନ ଗରମ କରି ତେଲ ପକାନ୍ତୁ । ତେଲରେ ଗରମ ହୋଇଥିଲେ ସେଥିରେ ସୋରିଷ ଫୁଟାନ୍ତୁ । ଏବେ ସେଥିରେ ପିଆଜ,ଟମାଟୋ,କଞ୍ଚାଲଙ୍କା,ଅଦା,ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ସିଝାନ୍ତୁ । ତା ପରେ ପ୍ୟାନକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ ଓ ଏହାକୁ ୫ ମିନିଟ ଯାଏଁ ଥଣ୍ଡା କରି ଦିଅନ୍ତୁ । ଏବେ ଏହି ମିଶ୍ରଣରେ ସିଝା ଗ୍ରୀନ ମଟରକୁ ଚକଟି ପକାନ୍ତୁ । ଏହା ଉପରେ ଚାଟ ମସଲା,ଟମାଟୋ ସସ,ଆମଚୁର ପାଉଡ଼ର, ଧନିଆ ପତ୍ର ଓ ଲୁଣ ପକାଇ ଭଲ ଭାବେ ଗୋଳାନ୍ତୁ । ଏବେ କୁଲଚାର ପ୍ଳେନ ପାଶ୍ୱର୍ରେ ଏହି ମଟର ମିଶ୍ରଣକୁ ପୁର ଭାବେ ଦେଇ ଚାରିଆଡ଼କୁ ବିସ୍ତାର କରନ୍ତୁ ଓ ଏହା ଉପରେ ଅନ୍ୟ ଏକ କୁଲଚା ରଖନ୍ତୁ । ଗ୍ରୀଲରରେ ହାଲୁକା ଘିଅ ଲଗାଇ ଉଭୟ ପାଶ୍ୱର୍ କ୍ରିସପି ଓ ଗୋଲ୍ଡେନ ବ୍ରାଉନ ହେବା ଯ୍ଧଶ କୁଲଚାକୁ ଗ୍ରିଲ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘ମଟର କୁଲଚା’ । ଏହାକୁ ଧନିଆ ଓ ପୁଦିନା ଚଟଣି ସହିତ ପରଷନ୍ତୁ । ଆପଣ ଏହାକୁ ଟମାଟୋ ସସ ସହିତ ବି ପରଷି ପାରିବେ ।
previous post
next post