ଭାରତ

ମଣିପୁର ହିଂସା: ଲଗାତାର ବିସ୍ଫୋରଣ ସହ ଗୁଳିମାଡ଼

(ମଣିପୁର) : ଥମିବାର ନାଁ ଧରୁନି  ମଣିପୁରରେ ହିଂସା ।  ବୁଧବାର ବିଳମ୍ବିତ ରାତିରେ ମଣିପୁରର ବିଭିନ୍ନ ଜିଲ୍ଲାରେ ବିସ୍ଫୋରଣ ଓ ଗୁଳିମାଡ଼ ହୋଇଛି। ବିଷ୍ଣୁପୁର ଜିଲ୍ଲାରେ ଆଇଇଡି ବିସ୍ଫୋରଣ ହୋଇଛି। ବୋମାଟିକୁ ପାର୍କିଂ ହୋଇଥିବା ଏକ ଗାଡ଼ିରେ ରଖାଯାଇଥିଲା। କାଙ୍ଗପୋକପି ଜିଲ୍ଲାରେ ଗୁଳିକାଣ୍ଡ ଆତଙ୍କ ସୃଷ୍ଟି କରିଛି।

ସୂଚନାନୁଯାୟୀ , ସୁରକ୍ଷାକର୍ମୀ ଉକ୍ତ ଘଟଣାରେ ହସ୍ତକ୍ଷେପ କରିବାପରେ ସ୍ଥିତି ନିୟନ୍ତ୍ରଣ‌ାଧୀନ ରହିଛି। ଇମ୍ଫାଲ ପୂର୍ବ ଜିଲ୍ଲା ନିକଟସ୍ଥ ଉରଙ୍ଗପଟ‌ରେ ମଧ୍ୟ ଗୁଳିମାଡ଼ ହୋଇଛି। ଅନ୍ୟପକ୍ଷେ ଗୁରୁବାର ସକାଳେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାର ଉତ୍ତର ବୋଲଜଙ୍ଗରେ ଆଜି ଆସାମ ରାଇଫଲ୍ସ ଯବାନ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଉକ୍ତ ଘଟଣାରେ ୨ ଜଣ ଯବାନ ଆହତ ହୋଇଛନ୍ତି। ସେମାନେ ଏବେ ହସ୍ପିଟାଲରେ ଚିକିତ୍ସା‌ଧୀନ ଅଛନ୍ତି। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି ଏବଂ ଏକ ଇନସାସ୍‌ ଲାଇଟ୍‌ ମେସିନ ଗନ୍‌ ଜବତ କରାଯାଇଛି।

 

Related posts

ଆସାମରେ ଶୁଭାରମ୍ଭ ହେଲା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌’ 

mahabharatanews

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କୋର୍ଟର ଦ୍ୱାରସ୍ଥ ହେଲା ଇଡି

mahabharatanews

“ଲୋକସଭା ନିର୍ବାଚନରେ ​ବିଜେପି ୧୦୦ଟି ଆସନ ମଧ୍ୟ ପାଇବେ ନାହିଁ”: ସଞ୍ଜୟ ସିଂ

mahabharatanews