ଓଡିଶା

ଆଜି ଆଡପ ମଣ୍ଡପେ ଅବଢ଼ା ପାଇବେ ଶ୍ରଦ୍ଧାଳୁ

(ପୁରୀ) :  ଆଜି ବାହାରିବ ଆଡ଼ପ ଅବଢ଼ା । ଏହି ଆଡ଼ପ ଅବଢ଼ାକୁ ସମସ୍ତେ ଅପେକ୍ଷା କରିଛନ୍ତି । କୁହାଯାଏ ଏଇ ଆଡ଼ପ ଅବଢ଼ାରୁ କାଣିଚିଏ ପ୍ରାପ୍ତି ହେଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ । ଏଥିପାଇଁ ଭକ୍ତଙ୍କ ସୁରକ୍ଷା ନିମନ୍ତେ ଶ୍ରୀଗୁଣ୍ଡିଚା ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୂଚନାନୁଯାୟୀ ,  । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ତେବେ ରଥ ବିଳମ୍ବରେ ପହଞ୍ଚିବାରୁ ଚଳିତ ଥର ୫ ଦିନ ଆଡ଼ପ ଅବଢ଼ା ମିଳିବ। ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ।

Related posts

ଜମି ବିକ୍ରି କରି ଜଗାକୁ ୨୦ ଲକ୍ଷଟଙ୍କା ଦାନ

mahabharatanews

ପୋଲିସ ବାବୁଙ୍କ ଦାଦାଗିରି: ଚିକିତ୍ସା ଅବସ୍ଥାରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି

mahabharatanews

ଟିଭି ଫାଟି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

mahabharatanews