Uncategorized

ମଣିଷଙ୍କୁ ବ୍ୟାୟାମ କରାଉଛି କୁକୁର

(ମହାଭାରତ): କୁକୁର ମଣିଷର ସମ୍ପର୍କ ଅତି ନିବିଡ । ମାନବ ସୃଷ୍ଟି ହେବାର ପରେ ପରେ ପ୍ରଥମେ ହିଁ କୁକୁର ସହିତ ବନ୍ଧୁତା ଆରମ୍ଭ କରିଥିଲା । ସମ୍ପ୍ରତି ସୋସିଆଲ ମିଡିଆରେ ଏକ କୁକୁର ଜଣେ ଲୋକଙ୍କୁ ବ୍ୟାୟାମ କରିବା ଲାଗି ତାଲିମ ଦେଉଥିବାର ୪୨ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କୁକୁରଟି ସଂପୃକ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବ୍ୟାୟାମ କରିବାରେ ସହାୟତା କରୁଛି । ଇତିମଧ୍ୟରେ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓକୁ ୭୨ଲକ୍ଷରୁ ଅଧିକ ୟୁଜର ଲାଇକ୍ କରିଛନ୍ତି । ଏହାକୁ ୭୩ ଲକ୍ଷ ୫୦ ହଜାର ଥରରୁ ଅଧିକ ଦେଖାସରିଛି । କୁକୁରଟିର ନାମ ମ୍ୟାଗ୍ନନସ୍ ବୋଲି କୁହାଯାଉଛି । ମ୍ୟାଗ୍ନନସ୍ ସାର୍ଟିଫାଏଡ୍ ଥେରାପି କୁକୁର । ସେ ମଣିଷଙ୍କୁ କିପରି ବ୍ୟାୟାମ କରିବାରେ ସହାୟତା କରାଯିବ ତାହାର ତାଲିମ୍ ନେଇଛି ।

Related posts

ପଦାର୍ଥ ବିଜ୍ଞାନରେ ୩ ଜଣ ପାଇବେ ନୋବେଲ ପୁରସ୍କାର

mahabharatanews

ସୋନଭଦ୍ରା ସୁନା: କେନ୍ଦ୍ରକୁ ଶଶିଙ୍କ ତାତ୍ସଲ୍ୟ

mahabharatanews

୫୦ ଭାବଶାଳୀ ଭାରତୀୟଙ୍କ ମଧ୍ୟରେ ନବୀନ ୧୦

mahabharatanews