Uncategorized

ମଣିଷଙ୍କୁ ବ୍ୟାୟାମ କରାଉଛି କୁକୁର

(ମହାଭାରତ): କୁକୁର ମଣିଷର ସମ୍ପର୍କ ଅତି ନିବିଡ । ମାନବ ସୃଷ୍ଟି ହେବାର ପରେ ପରେ ପ୍ରଥମେ ହିଁ କୁକୁର ସହିତ ବନ୍ଧୁତା ଆରମ୍ଭ କରିଥିଲା । ସମ୍ପ୍ରତି ସୋସିଆଲ ମିଡିଆରେ ଏକ କୁକୁର ଜଣେ ଲୋକଙ୍କୁ ବ୍ୟାୟାମ କରିବା ଲାଗି ତାଲିମ ଦେଉଥିବାର ୪୨ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କୁକୁରଟି ସଂପୃକ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବ୍ୟାୟାମ କରିବାରେ ସହାୟତା କରୁଛି । ଇତିମଧ୍ୟରେ ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓକୁ ୭୨ଲକ୍ଷରୁ ଅଧିକ ୟୁଜର ଲାଇକ୍ କରିଛନ୍ତି । ଏହାକୁ ୭୩ ଲକ୍ଷ ୫୦ ହଜାର ଥରରୁ ଅଧିକ ଦେଖାସରିଛି । କୁକୁରଟିର ନାମ ମ୍ୟାଗ୍ନନସ୍ ବୋଲି କୁହାଯାଉଛି । ମ୍ୟାଗ୍ନନସ୍ ସାର୍ଟିଫାଏଡ୍ ଥେରାପି କୁକୁର । ସେ ମଣିଷଙ୍କୁ କିପରି ବ୍ୟାୟାମ କରିବାରେ ସହାୟତା କରାଯିବ ତାହାର ତାଲିମ୍ ନେଇଛି ।

Related posts

ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ

mahabharatanews

ପୂର୍ବତନ ସାଂସଦ ସୁରେନ୍ଦ୍ର ଗୋୟଲଙ୍କ କରୋନାରେ ମୃତ୍ୟୁ

mahabharatanews

ଶାନ୍ତି ବଜାୟ ରଖିବାରେ ବିଶ୍ୱରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ: ଇରାନ ରାଷ୍ଟ୍ରଦୂତ

mahabharatanews