ଓଡିଶା

ମତ୍ସ୍ୟ ଉତ୍ପାଦନକାରୀ ମହାସଂଘ ସହ ବିଭାଗୀୟ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ଗତ କିଛି ଦିନ ଧରି ଆନ୍ଦୋଳନ ଚଳାଇଥିବା ନିଖିଳ ଓଡିଶା ମତ୍ସ୍ୟ ଉଦ୍ପାଦନକାରୀ ମହାସଂଘର ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଛନ୍ତି ରାଜ୍ୟ କୃଷି, କୃଷକ କଲ୍ୟାଣ, ମତ୍ସ୍ୟ- ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଡ. ଅରୁଣ ସାହୁ । ଆଲୋଚନାରେ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ମନ୍ତ୍ରୀଙ୍କ ଅବଗତ କରାଯାଇଥିଲା । ଏହାପରେ ମନ୍ତ୍ରୀ ସେମାନଙ୍କ ସମସ୍ୟାର ସମାଧାନ ଉପରେ ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପାଇବା ପରେ ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଚାନ୍ଦବାଲି ବ୍ୟୋମକେଶ ରାୟ, ମତ୍ସ୍ୟ- ପଶୁ ସମ୍ପଦ ବିକାଶ ସଚିବ ଆର ରଘୁ ପ୍ରସାଦ ଉପସ୍ଥିତ ଥିଲେ ।

Related posts

ସରିଲା ଦେବ ଦୀପାବଳି ନୀତି 

mahabharatanews

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ବିପଦରେ ଓଡ଼ିଆ ଅସ୍ମିତା, ଭାଷାକୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ

mahabharatanews