ଓଡିଶା

ମରଣ ମୁହଁରୁ ବୃଦ୍ଧଙ୍କୁ ବଚାଂଇ ମାନବିକାତାର ପରିଚୟ ଦେଲେ ମହିଳା ସବଇନିସପେକ୍ଟର

(ମାଲକାନଗିରି/ସୂର୍ଯ୍ୟକାନ୍ତ ବେହେରା): ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇ ରାସ୍ତାରେ ପଡିଥିବା ଜଣେ ବୃଦ୍ଧଙ୍କୁ ମରଣ ମୁହଁରୁ ବଚାଂଇ ବୃଦ୍ଧା ଶ୍ରମରେ ଆଶ୍ରୟ ଦେଇ ଗାଧୋଇ ସଫାସୁତର କରି ନିଜ ହାତରେ ଖାଦ୍ୟ ଖୁଆଇ ମାନବିକତାର ପରିଚୟ ଦେଇଛନ୍ତି ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ନାୟକ । ସମଗ୍ର ବିଶ୍ୱରେ କରୋନା ର ଆତଙ୍କ ଦେଖାଦେଇ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ୪୨ ଡିଗ୍ରୀ ଖରାରେ ଜଣେ ଭିନ୍ନକ୍ଷମ ବୃଦ୍ଧ ମାଲକାନଗିରି ଥାନା ନିକଟ ରାସ୍ତାରେ ଯାଉଥିବା ସମୟରେ ଏକ ଗାଡି ଆଗରେ ପଡିଯାଇଥିଲେ । ସେଠାରେ ଲକ ଡାଉନ ପାଇଁ କରୋନା ଯୋଦ୍ଧା ଭାବେ କାର୍ୟ୍ୟ କରୁଥିବା ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ନାୟକ ଏହା ଦେଖି ସଙ୍ଗେ ସଙ୍ଗେ ସେହି ବୃଦ୍ଧ ନିକଟକୁ ଯାଇ ତାଙ୍କୁ ଉଠାଇ ପାଣି ପିଆଇ ଥିଲେ । ଭିନ୍ନକ୍ଷମ ବୃଦ୍ଧଜଣଙ୍କର କେହି ନଥିବାର ଜାଣିପାରି ସ୍ଥାନୀୟ ଯୁବ ସଂଗଠନର ଅଖିଳ ପୁଜାରୀ ଓ ଟି.ମୁତ୍ୟାଲୁଙ୍କ ସହ ଯୋଗରେ ଏକ କାର ରେ ବୃଦ୍ଧଙ୍କୁ ବସାଇ ବ୍ଲକ କୋଲନି ନିକଟରେ ଥିବା ବୃଦ୍ଧାଶ୍ରମରେ ନେଇ ଛାଡିଥିଲେ । ବୃଦ୍ଧଜଣଙ୍କ ଖରାରେ ବୁଲିଥିବାରୁ ତାଙ୍କ ମୁଣ୍ଡ ଘୁରାଉଥିବା ଦେଖି ସବ ଇନିସପେକ୍ଟର ଶୁଭଶ୍ରୀ ସେହି ବୃଦ୍ଧାଆଶ୍ରମରେ ବୃଦ୍ଧଙ୍କୁ ସାବୁ ନ ଲଗାଇ ଗାଧୋଇ ଦେଇ ସଫାସୁତର କରିଥିଲେ । ସେ ଭୋକିଲା ଥିବାର ଜଣି ନିଜ ହାତରେ ଖୁଆଇ ଦେଇଥିଲେ । ଜଣେ ମହିଳା ପୁଲିସ ଅଚିହ୍ନା ବୃଦ୍ଧଙ୍କୁ ଦୁର୍ଘଟଣା ସ୍ଥଳରୁ ବଚାଂଇ ବୃଦ୍ଧାଆଶ୍ରମରେ ଛାଡି ନିଜହାତରେ ଗାଧୋଇ ଦେବା ଦୃଶ୍ୟ ନିକଟରେ ଥିବା କିଛିବ୍ୟକ୍ତି ମୋବାଇଲରେ ସୁଟିଂ କରି ଭାଇରାଲ କରିଦେବାପରେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା । ସଭ୍ୟଶିକ୍ଷିତ ସମାଜରେ ନିଜ ବୃଦ୍ଧ ପିତା ମାତାଙ୍କୁ ପୁଅ ବୋହୁ ଅଣଦେଖା କରୁଥିବା ବେଳେ କରୋନା ଲକ ଡାଉନ ସମୟରେ ଦିନ ରାତି ଜନସାଧରଣଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ମହିଳା ସବଇନିସପେକ୍ଟର ନିଜ କାର୍ୟ୍ୟ ସୁଚାରୁଭାବେ ତୁଲାଇ ଜଣେ ଗରିବ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧଙ୍କୁ ଆପଣାର ଲୋକ ଭାବି ସ୍ନେହ ରେ ସାବୁନ ଲଗାଇ ଗାଧୋଇ ଦେଇ ହାତରେ ଖୁଆଦେବା ଘଟଣାକୁ ସମଗ୍ର ଜିଲ୍ଲାବାସୀ ମହିଳା ସବ୍ ଇନିସପେକ୍ଟଟର ଶୁଭଶ୍ରୀ ନାୟକ ଙ୍କୁ ଭୂରି ଭୂରି ପ୍ରଶସାଂ କରିଛନ୍ତି ।ଏହି ଘଟଣା ଜାଣିବାପରେ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଠିକ ସେହିପରି ଗତ ମାସ ରେ ୪୪ଡିଗ୍ରୀ ତାପମାତ୍ରାରେ ପଦ୍ମଗିରି ଛକ ଠାରେ ଏହି ମହିଳା ସବଇନିସ୍ପେକ୍ଟର ଡିୟୁଟିକରୁଥିବା ସମୟରେ ସେଠାରେ ଜଣେ ଭୋକିଲା ବୃଦ୍ଧାଙ୍କୁ ନିଜର ମଧ୍ୟାହ୍ନର ଖାଦ୍ୟଦେଇ ବଦାନ୍ୟତା ଦେଖାଇବା ସହିତ ମାଲକାନଗିରି ପୁରୁଣା ହସପିଟାଲ ନିକଟରେ ଜଣେ ଭିନ୍ନକ୍ଷମ ବୃଦ୍ଧା ପ୍ରବଳ ଖରାରେ ପାଣି ଟୋପାଏ ପାଇଁ ଆଉଟୁ ପୁଉଟୁ ହେଉଥିବା ବେଳେ ତାଙ୍କୁ ନଳକୁପ ନିକଟକୁ ନେଇ ଗାଧୋଇ ଦେବାସହିତ ନିଜ ହାତରେ ଖୁଆଦେବା ଓ ବିଭିନ୍ନ ସମୟରେ ଅନେକ ଅସହାୟ ଲୋକଙ୍କୁ ସହାୟତାର ହାତବଢାଇ ମାନବିକତାର ପରିଚୟ ଦେଇଛନ୍ତି ଏହି ମହିଳା ପୁଲିସ ଅଧିକାରୀ । ଜଣେ ପୁଲିସ ଅଧିକାରୀ ହୋଇଥିଲେ ବି ଶୁଭଶ୍ରୀ ଅସହାୟ ଲୋକଙ୍କୁ ସହାୟତାର ହାତବଢାଇ ମାନବ ସେବା ମାଧବ ସେବା ଧର୍ମକୁ ଆଦରି ନେଇଥିବାରୁ ତାଙ୍କୁ ସବୁମହଲରୁ ପ୍ରସଶାଂର ସୁଅ ଛୁଟୁଛି ।

Related posts

ଥାନା ଅଧିକାରୀ ପରିଚୟ ଦେଇ ହୋମଗାର୍ଡର୍ଙ୍କ ବଟି ଆଦାୟ

mahabharatanews

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

mahabharatanews

 ପୁଣି ଗଡ଼ିବ ଘରୋଇ ବସ୍ , ଧର୍ମଘଟ ସ୍ଥଗିତ 

mahabharatanews