ଓଡିଶା

କ୍ୱାରେଣ୍ଟାଇନ ସେଣ୍ଟର ନିକଟରେ ମଦ୍ୟପାନକୁ ବିରୋଧ କରି ରାସ୍ତା ରୋକ କଲେ ଗ୍ରାମବାସୀ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଂଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ଗାଁରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ଗାଁରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର ନିକଟରେ ମଦ୍ୟପ ଓ ଅସାମାଜିକଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ଗ୍ରାମବାସୀମାନେ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ । ଏନେଇ ସେମାନଙ୍କୁ ତାଗିଦ କରିଥିଲେ ବି ସେମାନେ ସରପଞ୍ଚଙ୍କ କଥାକୁ ଖାତିର ନକରି ଗାଳିଗୁଲଜ କରିଥିଲେ । ଯାହାର ପ୍ରତିବାଦ ରେ ଆଜି ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିବା ବେଳେ ଘଟଣାକୁ ନେଇ ଗାଁରେ ଅଶାନ୍ତି ଦେଖାଦେଇଛି । ସେପଟେ ପୋଲସରା ତହସିଲଦାର ଘଟଣାସ୍ଥଳରେ ପହଞ୍ଚିର ତଦନ୍ତ ଆରମ୍ଭ କରିଛନ୍ତି । ଅପରପକ୍ଷରେ କରାଣ୍ଟାଇନ ସେଣ୍ଟରରେ ପ୍ରବାସୀ ଓଡିଆଙ୍କୁ ମଦ ଯୋଗାଇବା ଘଟଣା କୁ ନେଇ ବଢୁଛି ଅଶାନ୍ତି । ରାସ୍ତା ଅବରୋଧ ଚାଲିଥିବା ବେଳେ ବିଳମ୍ବରେ ପୋଲିସ ପହଞ୍ଚିବା ହେତୁ ଅଶାନ୍ତ ହୋଇପଡ଼ିଛି କଳମ୍ବ ଗାଁ । ଉତ୍ୟକ୍ତ ଲୋକେ ପୋଲସରା ପୋଲିସକୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି।

Related posts

ପୋଟେରୁ କେନାଲ ଡିଭିଜନରେ ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ – ୨୦୨୬ ଉଦ୍‌ଘାଟିତ

mahabharatanews

କ୍ରାଇମବ୍ରାଞ୍ଚ ଆଇ ମା’ କାହାଣୀ କହିଲା ଭଳି ଅନେକ ଷ୍ଟୋରୀ କହୁଛି : ଜୟ ନାରାୟଣ ମିଶ୍ର

mahabharatanews

ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mahabharatanews