(ମହାଭାରତ): ଆଜି ପର୍ଯ୍ୟନ୍ତ ଆପଣ ଥଣ୍ଡାପାନୀୟ ପିଇବାର ଅନେକ ସମସ୍ୟା ସମ୍ବନ୍ଧରେ ଶୁଣିଥିବେ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି କୋଲଡ୍ରିଙ୍କ୍ କିଣିବାର ଏକ ଫାଇଦା ମଧ୍ୟ ରହିଛି । କ’ଣ ଆପଣ ଜାଣିଛନ୍ତି କି ଏହା ସାହାଯ୍ୟରେ ଆପଣ ଡେଙ୍ଗୁ, ମ୍ୟାଲେରିଆ ଭଳି ମଶାମାନଙ୍କଠାରୁ ଖୁବ ସହଜରେ ବଞ୍ଚିପାରିବେ । ଏଠାରେ ଆମେ ଆପଣଙ୍କୁ କୋଲଡ୍ରିଙ୍କ ବୋତଲକୁ କିଭଳି ଭାବେ ମଶା ଘଉଡାଇବା ପାଇଁ ବ୍ୟବହାର କରିପାରିବେ ସେ ବିଷୟରେ କହିବାକୁ ଯାଉଛୁ । ଯଦି ଆପଣଙ୍କ ଘରେ ଖାଲି କୋଲଡ୍ରିଙ୍କ୍ ବୋତଲ ଅଛି ତେବେ ଏହାକୁ ଫୋପାଡିବାର ଭୁଲ୍ ନକରି ଏହାକୁ ମଶା ଘଉଡାଇବା ପାଇଁ ଆପଣ ବ୍ୟବହାର କରିପାରିବେ । ଏଥିରେ ଆପଣ ‘ମଶାମରା ଟ୍ରାପ୍’ ପ୍ରସ୍ତୁତ କରିପାରିବେ ।
ବଜାରରେ ମଶାଙ୍କ ଦାଉରୁ ରକ୍ଷା କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ମଶା ଉପଦ୍ରବ ଯେଭଳି କଏଲ, ଶରୀରରେ ଲଗାଇବା ପାଇଁ ଓଡୋମଶ୍ , ଆଲଆଉଟ୍, ମୋର୍ଟିନ୍ ଏବଂ ଅନ୍ୟ ଇଲେକ୍ରୋନିକ୍ ଡିଭାଇଜ୍ କିଣିଥାନ୍ତି । କିନ୍ତୁ ଏହି ଦେଶୀ ଔଷଧ ବ୍ୟବହାର କରିବା ପରେ ଆପଣ ଆଉ କ୍ୟାମିକାଲଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ଭୁଲିଯିବେ । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଖୁବ୍ କମ୍ ସମୟରେ ଏବଂ କମ୍ ଖର୍ଚ୍ଚରେ ଆପଣ ଏହାକୁ ପ୍ରସ୍ତୁତ କରିପାରିବେ । ଏହାକୁ ଆପଣ ଘରେ ବ୍ୟବହୃତ ହେଉନଥିବା ସାମଗ୍ରୀରୁ ମଧ୍ୟ ପ୍ରସ୍ତୁତ କରିପାରିବେ । ଏହି ଟ୍ରାପର ସବୁଠାରୁ ଖାସ୍ କଥା ହେଉଛି ବୋତଲ ଭିତରେ ଏଭଳି ଏକ ଲିକ୍ୱିଡ୍ ପୁରାଯାଏ ଯାହା ମଶାଙ୍କୁ ଆକର୍ଷିତ କରିଥାଏ । ମଶା ଆପେ ଆପେ ଏହି ବୋତଲ ଭିତରକୁ ଚାଲିଆସିବେ, ଯାହାଦ୍ୱାରା ଭିତରକୁ ଆସୁଥିବା ମଶା ମଧ୍ୟ ପୁନଶ୍ଚ ବାହାରକୁ ବାହାରି ପାରିବେ ନାହିଁ ।
