Uncategorized

ମହାରାଷ୍ଟ୍ରରେ ସଡକ ଦୁର୍ଘଟଣା: ୫ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଏକ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ମହାରାଷ୍ଟ୍ର ନନ୍ଦୁରବାର ସ୍ଥିତ ଖାମଚୁନ୍ଦର ଗାଁ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି ।
ଗୁଜୁରାଟର ସୁରଟରୁ ମଲ୍କାପୁର ଯାଉଥିଲା ଏକ ଯାତ୍ରୀବାହୀ ବସ । ମଙ୍ଗଳବାର ରାତି ପ୍ରାୟ ସାଢେ ୩ଟା ବେଳେ ବସର ଡ୍ରାଇବର ବସ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ବସଟି ୩୦ ଫୁଟ ଗଭୀର ଖାଇକୁ ଖସି ପଡିଥିଲା । ଖବର ପାଇ ନନ୍ଦୁରବାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୩୫ ଜଣ ଆହତ ହୋଇଛନ୍ତି । ପୁଲିସ ଅନୁଯାୟୀ, ରାତିରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିଥିଲା ।

 

Related posts

 ବର୍ଷାରେ ୪ ମୃତ, ୪୦ ନିଖୋଜ

mahabharatanews

ବଙ୍କରରେ ଲୁଚିଲେ ଟ୍ରମ୍ପ

mahabharatanews

ନାସା ପକ୍ଷରୁ ମଙ୍ଗଳର ଗୁମ୍ଫା, ଜ୍ୱଳାମୁଖୀ ଫଟୋ ଜାରି

mahabharatanews

Leave a Comment