(ସତ୍ୟନାରାୟଣ ପାଲ, ରାଇରଙ୍ଗପୁର): ମହାମାରୀ ‘ କୋରୋନା ‘ ପାଇଁ ଫିକା ପଡିଗଲା ଅବସର ସମ୍ବୋଧନା । କୋରୋନା ଭାଇରସ ପାଇଁ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଅବସର ଗ୍ରହଣ କରିଛନ୍ତି ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସିତାକାନ୍ତ ବେହେରା ।ସେ ଜଣେ ଦକ୍ଷ ଶିକ୍ଷକ, ପ୍ରଶାସକ, ଓ ଛାତ୍ରବତ୍ସଳ ଥିଲେ ।ସେ ତାଙ୍କର ଦାୟିତ୍ଵକୁ ଐତିହାସିକ ଶିକ୍ଷାବିତ୍ ଡଃ ପ୍ରଦୀପ ମିଶ୍ରଙ୍କୁ ଆଜି ହସ୍ତାନ୍ତରିତ କରିଛନ୍ତି । ଏହି କାର୍ୟ୍ୟକ୍ରରେ ଅଧ୍ୟାପକ ବିଜୟ ରାମ,ରବି ଶତପଥି, ଅବନୀ ନାୟକ,ଆରତୀ ପଟ୍ଟନାୟକ,ବୁଲୁ କୁମ୍ଭାର,ଠାରୁ ମାରାଣ୍ଡି, ମହେନ୍ଦ୍ର ସାହୁ,ଭାଗବତ ନନ୍ଦ, ଗଣେଶ୍ୱର ମହାନ୍ତ,ଅମିତ ଗୋପାଲ,ପ୍ରଭାବିତ ମହାନ୍ତି,ଦିପିକା ମହାରଣା,ମାୟା ଓ ସସ୍ମିତା ପ୍ରମୁଖ ଉପସ୍ଥିତ ରହି ନୂତନ ଅଧ୍ୟକ୍ଷ ଡ଼ଃ ପ୍ରଦୀପ ମିଶ୍ରଙ୍କୁ ମାସ୍କ ପିନ୍ଧିବା ସାମାଜିକ ଦୂରତ୍ୱ ରଖି ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ । ଡଃ ମିଶ୍ର ମଧ୍ୟ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜେ ସତଚେଷ୍ଟା କରିବା ସହ ଅଧ୍ୟାପକ/ଅଧ୍ୟାପିକା/କର୍ମଚାରୀ/ମହାବିଦ୍ୟାଳୟର କମିଟି ଏବଂ ଶିକ୍ଷାର୍ଥୀ ମାନଙ୍କର ସହଯୋଗ କାମନା କରିଥିଲେ ।
previous post
