ଅପରାଧ

ମାଓ ଯୋଜନା ଫେଲ

ଭୁବନେଶ୍ୱର: ଛତିଶଗଡର ସୁକମାରେ ସୁରକ୍ଷାବଳକୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ସିଆରପିଏଫ ନିଷ୍କ୍ରୀୟ କରି ଦେଇଛି । ସୁକମା ଜିଲ୍ଲାର ମିନପାରୁ ବୁର୍କାପାଳ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି । ମାଓବାଦୀ ଛତିଗଡରେ ହେଉଥିବା ବିକାଶ କାମକୁ ବିରୋଧ କରି ମାଓବାଦୀମାନେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଗାଡିମୋଟରକୁ ପୋଡି ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୁକମାର ମିନପାଠୁ ବୁର୍କାପାଳ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଥିବା ବେଳେ ସେଠାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ତେଣୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ରାସ୍ତା କଡରେ ଲାଣ୍ଡମାଇନ ବିଛେଇଥିଲେ । ତେବେ ଆଜି ସକାଳୁ ସୁରକ୍ଷାବଳ ଦ୍ୱାରା ହୋଇଥିବା ସର୍ଚ୍ଚ ଅପରେସନ ସମୟରେ ଏହା ଜଣାପଡିଥିଲା । ଲ୍ୟାଣ୍ଡମାଇନ ଠାବ ହେବା ପରେ ସୁରକ୍ଷାବଳ ଏହାକୁ ନିଷ୍କ୍ରୀୟ କରିଦେଇଛନ୍ତି । ଏହି ଲ୍ୟାଣ୍ଡମାଇନ ପ୍ରାୟ ୧୦ କିଲୋର ଥିବା ସୂଚନା ରହିଛି ।

Related posts

ଇଟାଭାଟି ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗିରଫ

mahabharatanews

ବାପାକୁ ପିଟି ପିଟି ହତ୍ୟା କଲା ପୁଅ

mahabharatanews

ଦୀପୁଙ୍କ ହତ୍ୟା କାହାଣୀ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ…

mahabharatanews