ଓଡିଶା

ମାଗଣାରେ ସେବା ଯୋଗାଉଛନ୍ତି ଅଟୋ ଚାଳିକା

ମୁମ୍ବାଇ: କରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ୍ । ଯାତାୟତର ସମସ୍ତ ସାଧନ ବନ୍ଦ । ତେଣୁ ଜରୁରୀ କାମରେ ଯିବା ବେଳେ ଲୋକଙ୍କୁ ବହୁ ସମସ୍ୟା ଭୋଗ କରିବାକୁ ପଡୁଛି । ଏପରି ସମୟରେ ମୁମ୍ବାଇର ଜଣେ ମହିଳା ଅଟୋରିକ୍ସା •ଳିକା ଅଭାବୀ ଲୋକଙ୍କୁ ମାଗଣାରେ ସେବା ଯୋଗାଇ ଦେଉଛନ୍ତି । ଶୀତଲ ନାମକ ଏହି ଚାଳିକା ପରିବାର ପ୍ରତିପୋଷଣ ପାଇଁ ମୁମ୍ବାଇରେ ଅଟୋ ରିକ୍ସା ଚଳାଉଥିଲେ । ବର୍ତ୍ତମାନ କରୋନା ପାଇଁ ଲକଡାଉନ ଚାଲିଥିବା ବେଳେ ତାଙ୍କ ପାଇଁ ପରିବାର ଚଳାଇବା କଷ୍ଟକର ହୋଇ ପଡିଥିଲେ ମଧ୍ୟ ଅଭାବୀ ମଣିଷଙ୍କୁ ମାଗଣାରେ ଅଟୋରେ ଯାତ୍ରା କରାଉଛନ୍ତି । ଲକଡାଉନ୍ ସମୟରେ ଗରିବ ଲୋକଙ୍କୁ ହଇରାଣ ହେଉଥିବା ଦେଖି ସେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶୀତଲ୍ ଦିନସାରା ମୁମ୍ବାଇ ରାସ୍ତାରେ ନିଜ ଅଟୋରିକ୍ସା ଚଲାନ୍ତି । ଯେକୌଣସି ଅଭାବୀ ଲୋକଙ୍କୁ ତାଙ୍କ ଠିକଣାରେ ପହଞ୍ଚାଇଲେ ତାଙ୍କୁ ଶାନ୍ତି ମିଳିଥାଏ ବୋଲି କୁହନ୍ତି ଶୀତଲ ।

Related posts

ବଢୁଛି ଥଣ୍ଡା ,ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ରାଜଧାନୀରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ର୍ଦୁବୃତ୍ତ

mahabharatanews

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

mahabharatanews