ଓଡିଶା

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

ପୁରୀ : ସେବାୟତ ଓ ଭକ୍ତଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି। କେବଳ ସିଂହଦ୍ଵାର ନୁହେଁ ପଶ୍ଚିମ ଦ୍ଵାର ବାଟେ ଶ୍ରୀମନ୍ଦିର ଯାଇ ଭକ୍ତ ମାନେ ଆଜିଠାରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିସହ ଉତ୍ତର ଓ ଦକ୍ଷିଣ ଦ୍ଵାର ଦେଇ ପ୍ରସ୍ଥାନ କରିବେ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ୟ୍ୟ ଆରମ୍ଭ ହେବ। ବଡ଼ ଦାଣ୍ଡ ରେ ଭକ୍ତ ଭିଡ଼ କୁ ଦୃଷ୍ଟି ରେ ରଖାଯାଇ ଏହାକୁ ହ୍ରାସ କରିବା ଏବଂ ରଥ ନିର୍ମାଣ କାର୍ୟ୍ୟ , ଚନ୍ଦନଯାତ୍ରା ପାଇଁ ବଡ଼ ଦାଣ୍ଡ ରେ ଠାକୁର ଙ୍କ ବିମାନ ସୁରୁଖୁରୁରେ ଯିବା ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ପଟେ ଆସନ୍ତା ରଥଯାତ୍ର। ପର୍ୟ୍ୟନ୍ତ ଭକ୍ତ ମାନେ ପ୍ରବେଶ ପାଇଁ ବ୍ୟବସ୍ଥା ହୋଇଛି ।

ପଶ୍ଚିମ ଦ୍ଵାରରେ ଭକ୍ତଙ୍କ ପାଇଁ ବ୍ୟାରିକେଡ଼ ଏବଂ ସେଡ ନିର୍ମାଣ ସହ ଜୋତା ଷ୍ଟାଣ୍ଡ, ପାନୀୟ ଜଳ ଭଳି ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ପ୍ରଶାସନର ଏଭଳି ବ୍ୟବସ୍ଥାକୁ ଭକ୍ତ ଓ ସେବାୟତ ମାନେ ସ୍ବାଗତ କରିଛନ୍ତି । ସେପଟେ ଆସନ୍ତା ମେ ତିନି ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ୟ୍ୟ ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟ ସମ୍ମୁଖରେ ଭୋଇ ସେବାୟତ ମାନେ ରଥ ଚାଳି ନିର୍ମାଣ କାର୍ୟ୍ୟ ଶେଷ କରିଛନ୍ତି। ସେହିପରି ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଥିବାରୁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ଶ୍ରୀମନ୍ଦିର ପାରମ୍ପରିକ ଚିତ୍ରକର ସେବକ ମାନେ ମନ୍ଦିରର ଜଗମୋହନ ସହ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରଙ୍ଗ ଦେବା କାର୍ୟ୍ୟ କରୁଛନ୍ତି।

ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁ ଭକ୍ତ ମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇନଥିଲେ ମଧ୍ୟ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ତେବେ କୋଭିଡ ସଂକ୍ରମଣ ଧିରେ ଧିରେ ବଢୁଥିବାରୁ ଚନ୍ଦନ ଯାତ୍ରାରେ ସାମିଲ ହେବାକୁ ଥିବା ଭକ୍ତ ମାନେ କୋଭିଡ ନିୟମ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Related posts

କାହା ସ୍ୱାର୍ଥରେ ଆଡମ୍ବରପୂର୍ଣ୍ଣ ଉଦଘାଟନୀ?

mahabharatanews

୨୦୦୧ ବ୍ୟାଚ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

mahabharatanews

ନବୀନଙ୍କ ନୂଆ ଟିମ : ମନ୍ତ୍ରୀମଣ୍ଡଳରେ ପ୍ରଥମେ ଶପଥ ନେଲେ ଜଗନ୍ନାଥ ସାରକା 

mahabharatanews