Uncategorized

ଫେସବୁକ୍ କିଣିବ ଜିଓ ଅଂଶଧନ

ନୂଆଦିଲ୍ଲୀ: ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଫେସବୁକ ମୁକେଶ ଆମ୍ବାନୀଙ୍କ ଜିଓ ପ୍ଲାଟପର୍ମ୍ସ ଲିମିଟେଡରେ ୯.୯୯ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛି, ଯେଉଁ ଅଂଶଧନର ମୂଲ୍ୟ ୪୩ ହଜାର ୫୭୪ କୋଟି ଟଙ୍କା ହେବ । ଫେସବୁକ ପକ୍ଷରୁ ବୁଧବାର ଏ ସମ୍ପର୍କରେ ଘୋଷଣା କରାଯାଇଛି । ଫେସବୁକ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଆଜି ଆମେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଗ୍ରୁପ ଲିମିଟେଡର ଜିଓ ପ୍ଲାଟଫର୍ମ୍ସ ଲିମିଟେଡରେ ୪୩,୫୭୪ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରୁଛୁ । ଏହାଫଳରେ ଫେସବୁକ ଜିଓର ସବୁଠୁ ବଡ଼ ସଂଖ୍ୟାଲଘୁ ଶେୟାର ହୋଲ୍ଡର ହେବ । ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ଫେସବୁକର ଏହି ନିବେଶ ଫଳରେ ଜିଓ ପ୍ଲାଟଫର୍ମର ମୂଲ୍ୟ ୪.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦୂର ସଞ୍ଚାର ନେଟୱର୍କ ଜିଓର ଶତ ପ୍ରତିଶତ ଅଂଶୀଦାର ଜିଓ ପ୍ଲାଟଫର୍ମ ଲିମିଟେଡ ପାଖରେ ରହିଛି । ଏଣିକି ଜିଓ ପ୍ଲାଟଫର୍ମରେ ଫେସବୁକର ୯.୯୯ ପ୍ରତିଶତ ଅଂଶଧନ ରହିବ । ଏହା ଏକ ବଡ଼ ଡିଲ୍ ବୋଲି କୁହାଯାଇଛି । ଏହି ଡିଲ୍ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଗ୍ରୁପର ଋଣ ବୋଝ ବଡ଼ ପରିମାଣରେ ହ୍ରାସ କରିବାରେ ସହାୟତା କରିବ । ଏହା ସହିତ ଭାରତରେ ଫେସବୁକର ସ୍ଥିତି ଆହୁରି ମଜଭୁତ ହେବ ।

Related posts

ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୯୬ ତମ ଜନ୍ମ ତିଥିରେ ମନେପକାଇଲେ ମୋଦି

mahabharatanews

ସାବଧାନ! ଚିରାଫଟା ଧାର୍ମିକ ପୁସ୍ତକ ଦାନ କରନ୍ତୁ ନାହିଁ, ନଚେତ ଭୋଗିବେ…

mahabharatanews

ବିଶ୍ୱରେ କରୋନା ନେଲାଣି ୩ ଲକ୍ଷ ୪୬ ହଜାର ଜୀବନ, ଆମେରିକାରେ ମୃତକଙ୍କ ସଂଖ୍ୟା ଲକ୍ଷେ ନିକଟତର

mahabharatanews