ଓଡିଶା

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

(ମହାଭାରତ, ହିଞ୍ଜିଳି): ଜାତୀୟ ଯୁବ ଦିବସ ତଥା ବିବେକାନନ୍ଦ ଜୟନ୍ତୀ ଅବସରରେ ହିଞ୍ଜିଳିକାଟୁ ଠାରେ ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଶିବିରରେ ନଗରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ମନୋରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ଡ଼. ରଶ୍ମୀରଞ୍ଜନ ଯୋଗ ଦେଇ ଶିବିର ପରିଚାଳନା କରିଥିଲେ । ଏହି ଶିବିରରେ ୧୧୮ ଜଣ ରୋଗୀ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଫାଇଦା ଉଠାଇଥିଲେ । ଏହା ବ୍ୟତୀତ ଏହି ଅବସରରେ ୪୦ ଜଣ ରୋଗୀଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ଚିହ୍ନଟ କରାଯାଇଥିଲା । ସେମାନଙ୍କୁ ମାଗଣା ଅସ୍ତ୍ରୋପ୍ରଚାର ପାଇଁ ଆମ୍ବପୁଆ ହସ୍ପିଟାଲକୁ ପଠାଯାଇଥିଲା । କାର୍ଯ୍ୟକ୍ରମରେ ତ୍ରିରଙ୍ଗା ସେବା ସଂଘର କିରଣ ପୃଷ୍ଟି, ସୁମନ ସାହୁ, ଶିବ ବାଡତ୍ୟା, ନୀଳମାଧବ ପାତ୍ର, ଅମର ନାଥ, ନିରଞ୍ଜନ ସାହୁ ଆଦି କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇ ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।

Related posts

ବଲେରୋ ଦୁର୍ଘର୍ଟଣାଗ୍ରସ୍ତ: ୪ ମୃତ, ୪ ଆହତ

mahabharatanews

ଆଜି ରାଜ୍ୟରେ ୧୬୭ କରୋନା ପଜିଟିଭ ଚିହ୍ନଟ

mahabharatanews

ମାଲକାନଗିରି ହିଂସାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

mahabharatanews