ଅପରାଧ

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

(ମହାଭାରତ, ଉମରକୋଟ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁର୍ତ୍ତୁମା ଗାଁରେ ଜିଲ୍ଲା ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଛି । ଏହି ମାମଲାରେ ପୋଲିସ ଜଣକୁ ଗରିଫ କରି କୋର୍ଟ ଚାଲାଣ କରିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ପୋଲିସକୁ ମୂର୍ତ୍ତମା ଗାଁରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା । ପରେ ମୋବାଇଲ ସ୍କ୍ୱାର୍ଡ ଏହି ଗାଁର ଦୁଲାଲ ମଜୁମଦାରଙ୍କ ଘରେ ଚଢାଉ କରିଥିଲା । ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଡାବୁଗାଁ ତହସିଲଦାରଙ୍କ ଉପସ୍ଥିତିରେ ଏହି ଚଢାଉ କରିଥିଲା । ସାଦା ପୋଷାକରେ ଅବକାରୀ ବିଭାଗର ଅଧିକାରୀମାନେ ଘରକୁ ଘେରି ରହିଥିଲେ । ଚଢାଉ ବେଳେ ଉକ୍ତ ଘରୁ ୪ କୁଇଣ୍ଟାଲ ୭୯ କେଜି ଗଞ୍ଜେଇ ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ବିପ୍ରଚନ୍ଦ୍ର ମଣ୍ଡଳ, ଜଗଦୀଶ ପ୍ରସାଦ ନାଥ, ଚିତ୍ତରଞ୍ଜନ ପଟ୍ଟନାୟକ, ପ୍ରକାଶ କୁମାର ଦାସ ଆଦି ଏହି ଚଢାଉରେ ସାମିଲ ଥିଲେ ।

Related posts

ଧମକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

mahabharatanews

ଭାରତ ଉପରେ ଚୀନର ଦୁଇ ହ୍ୟାକିଂ ସଂସ୍ଥାର ସାଇବର ଆକ୍ରମଣ

mahabharatanews

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ

mahabharatanews