Uncategorized

ମାଟ୍ରିକ ଖାତା ଦେଖା ଆରମ୍ଭ

ଡେରାବିଶ/କେନ୍ଦ୍ରାପଡା: ଆସନ୍ତା ୧୮ ତାରିଖରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇଛି । ଜିଲ୍ଲାର ୨ଟି କେନ୍ଦ୍ରରେ ଏହି ଖାତା ଦେଖା ଚାଲିଛି । ଏଥି ନିମନ୍ତେ ୮୫୦ ଜଣ କର୍ମ·ରୀ ନିୟୋଜିତ ହୋଇଛନ୍ତି । ଚଳିତ ବର୍ଷ ଜିଲ୍ଲାରେ ୨୦ ହଜାର ୧୨୫ ଜଣ ଛାତ୍ର ଛାତ୍ରୀ ୧୦୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଜିଲ୍ଲାର ୨ଟି କେନ୍ଦ୍ର ଯଥା ପଟ୍ଟାମୁଣ୍ଡାଇ କଷଣଅଣ୍ଟା ହାଇସ୍କୁଲ ଏବଂ କେନ୍ଦ୍ରାପଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଖାତା ଦେଖା ହେଉଛି । ଆଜି ଖାତା ଦେଖା ନିମନ୍ତେ ଶିକ୍ଷକମାନେ ନିଯୁକ୍ତିରେ ଯୋଗଦାନ କରୁଛନ୍ତି । ୧୯ ତାରିଖ ସକାଳ ୮ଟା ୩୦ମିନିଟରୁ ୧୦ ଟା ୩୦ ମିନିଟ ଯାଏ ୩ଟି ପର୍ଯ୍ୟାୟରେ ଶିକ୍ଷକମାନେ ଖାତା ଦେଖିବେ । ୨ଟି କେନ୍ଦ୍ରରେ ୨ ଜଣ କେନ୍ଦ୍ର ପରି·ଳକଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରତି କେନ୍ଦ୍ରରେ ୪୨୫ ଜଣ କରି ଶିକ୍ଷକ ଓ କର୍ମ·ରୀ ନିଯୁକ୍ତି ହୋଇଛନ୍ତି । କରୋନା ଭାଇରସ ଆତଙ୍କ ଯୋଗୁ ଏହି ଖାତା ଦେଖା ସମୟରେ କେନ୍ଦ୍ର ଗୁଡିକରେ ୪୨୫ ଜଣ କର୍ମ·ରୀ ଏକତ୍ରିତ ନହେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଏହା ୮ ଟା ୩୦ ମିନିଟ ପ୍ରଥମ ପର୍ଯ୍ୟାୟରେ ୨ଟି ବିଷୟରେ ଖାତା ଦେଖା ହେବ । ୨ୟ ପର୍ଯ୍ୟାୟ ୯ଟା ୩୦ ମିନିଟରୁ ଖାତା ଦେଖା ଆରମ୍ଭ ହେବ ଏବଂ ୩ୟ ପର୍ଯ୍ୟାୟ ୧୦ଟା ୩୦ ମିନିଟରୁ ୩ଟି ବିଷୟରେ ଖାତା ଦେଖା ହେବ । ୧ମ ପର୍ଯ୍ୟାୟରେ ଯାଇଥିବା ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ କେନ୍ଦ୍ରରୁ ପରିତ୍ୟାଗ କରିବେ । କରୋନାକୁ ଆଖି ଆଗରେ ରଖି ଏଭଳି ଉପାୟ ଅବଲମ୍ବନ କରାଯାଇଛି ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଖାତା ଦେଖା ·ଲିବ ବୋଲି ଜିଲ୍ଲା ଶିକ୍ଷା ଅôଦକାରୀ ସଂଜୀବ କୁମାର ସିଂହ ସୂଚନା ଦେଇଛନ୍ତି ।

Related posts

ଶାହୀନବାଗ ବିକ୍ଷୋଭକାରୀଙ୍କ ବିରୋଧରେ ଆନ୍ଦୋଳନ

mahabharatanews

ହାଇକୋର୍ଟଙ୍କ ତାଗିଦ; ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡିଆ ମନା

mahabharatanews

ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେବୁ ନାହିଁ: ସୁପ୍ରିମକୋର୍ଟ

mahabharatanews