Uncategorized

ମାନବ ଚାଲାଣ ବନ୍ଦ କରିବା ସରକାରର ପ୍ରାଥମିକତା: ହେମନ୍ତ

ରାଞ୍ଚି: ଝାରଖଣ୍ଡ ପାଇଁ କଳଙ୍କ ସାଜିଥିବା ମାନବ ଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ଶକ୍ତିର ସହ ପଦକ୍ଷେପ ନେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁମଲା ଡେପୁଟି କମିଶନରଙ୍କୁ ପୀଡିତଙ୍କ ଚିହ୍ନଟ କରି ସେମାନଙ୍କୁ ପୁଲିସ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ଏକ ଖବର କାଗଜରେ ପ୍ରକାଶ ପାଇଥିବା ମାନବ ଚାଲାଣକାରୀ ଗୁମଲାରେ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ନାବାଳିକା ପୀଡିତାଙ୍କୁ ଧମକ ଶୀର୍ଷକ ଖବରକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ଗୁମଲା ଡିସିଙ୍କୁ ନାବାଳିକାଙ୍କ ଚିହ୍ନଟ କରି ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗା ଯିବ, ଏହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋରେନ କହିଛନ୍ତି, ରାଜ୍ୟର କଳଙ୍କ ସ।।ଜିଥିବା ମାନବ ଚାଲାଣକୁ ରେ।।କିବା ରାଜ୍ୟ ସରକାରର ପ୍ରଥମ ପ୍ରାଥମିକତା ହେବ । ତେଣୁ ରାଜ୍ୟ ପୁଲିସ ଏହି କ୍ଷେତ୍ରରେ ଶକ୍ତତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦେଶର ଯେଉଁ ସବୁ ରାଜ୍ୟରେ ମାନବ ଚାଲାଣ ହେଉଛି, ସେସବୁ ମଧ୍ୟରୁ ଝାଡଖଣ୍ଡ ମଧ୍ୟ ରହିଛି ।

Related posts

ବିଜୟ ଦିବସ: ସେନାର ବୀରତ୍ୱକୁ ମନେପକାଇଲେ ମୋଦି

mahabharatanews

୬୦ ଦିନ ପାଇଁ ଗ୍ରିନକାର୍ଡ ଉପରେ ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ

mahabharatanews

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ ଉଦ୍ଧାର ବେଳେ ଭୁଶୁଡିଗଲା କୋଠା, ୧୪ ଗୁରୁତର ଆହତ, ୩୫ ଦମକଳ ନିୟୋଜିତ

mahabharatanews