Uncategorized

ମାନବ ଚାଲାଣ ବନ୍ଦ କରିବା ସରକାରର ପ୍ରାଥମିକତା: ହେମନ୍ତ

ରାଞ୍ଚି: ଝାରଖଣ୍ଡ ପାଇଁ କଳଙ୍କ ସାଜିଥିବା ମାନବ ଚାଲାଣ ରୋକିବା ଦିଗରେ ରାଜ୍ୟ ସରକାର ଶକ୍ତିର ସହ ପଦକ୍ଷେପ ନେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁମଲା ଡେପୁଟି କମିଶନରଙ୍କୁ ପୀଡିତଙ୍କ ଚିହ୍ନଟ କରି ସେମାନଙ୍କୁ ପୁଲିସ ସୁରକ୍ଷା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟରେ ଏକ ଖବର କାଗଜରେ ପ୍ରକାଶ ପାଇଥିବା ମାନବ ଚାଲାଣକାରୀ ଗୁମଲାରେ ପୁଲିସ ଦ୍ୱାରା ଉଦ୍ଧାର ହୋଇଥିବା ନାବାଳିକା ପୀଡିତାଙ୍କୁ ଧମକ ଶୀର୍ଷକ ଖବରକୁ ଗୁରୁତ୍ୱର ସହ ନେଇ ମୁଖ୍ୟମନ୍ତ୍ରୀ ଗୁମଲା ଡିସିଙ୍କୁ ନାବାଳିକାଙ୍କ ଚିହ୍ନଟ କରି ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗା ଯିବ, ଏହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋରେନ କହିଛନ୍ତି, ରାଜ୍ୟର କଳଙ୍କ ସ।।ଜିଥିବା ମାନବ ଚାଲାଣକୁ ରେ।।କିବା ରାଜ୍ୟ ସରକାରର ପ୍ରଥମ ପ୍ରାଥମିକତା ହେବ । ତେଣୁ ରାଜ୍ୟ ପୁଲିସ ଏହି କ୍ଷେତ୍ରରେ ଶକ୍ତତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଦେଶର ଯେଉଁ ସବୁ ରାଜ୍ୟରେ ମାନବ ଚାଲାଣ ହେଉଛି, ସେସବୁ ମଧ୍ୟରୁ ଝାଡଖଣ୍ଡ ମଧ୍ୟ ରହିଛି ।

Related posts

ପୂଜା କରିବାବେଳେ ପତ୍ନୀଙ୍କୁ ସ୍ୱାମୀଙ୍କ କେଉଁ ପାଶ୍ୱର୍ରେ ବସିବା ଉଚିତ୍, ଜାଣିଛନ୍ତି କି?

mahabharatanews

ଧାରା ୩୭୦ ଉଚ୍ଛେଦ ପରେ ଫାରୁକ, ମେହବୁବାଙ୍କ ବୈଠକ

mahabharatanews

ଏନଆରସି ପତିବାଦ ହିଂସାରେ ୩୦ ମୃତ

mahabharatanews