(ମହାଭାରତ, ମାଲକାନଗିରି): ମାଲକାନାଗିରି କଲେଜର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଏହାର ଶୁଭ ଉଦଘାଟନ କରିଛନ୍ତି । କଲେଜରେ ଏକ ସପ୍ତାହ ବ୍ୟାପି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ଏକ ସଭାର ଆୟୋଜନ ହୋଇଥିଲା । ଏଥିରେ ଛାତ୍ର ସଂସଦ ସହ ଉପଦେଷ୍ଟା ଗୌତମ ନାୟକ ସଭାପତିତ୍ୱ କରିଥିଲେ । ନାଟ୍ୟ ସାଂସଦ ବିଭାଗର ଅଧ୍ୟାପକ ରମେଶ ରାଉତ, ଲିପସା ନାଏକ, ଅଭିମନ୍ୟୁ ଦଳ ବେହେରା ଉପସ୍ଥିତ ଥିଲେ । ସେହିପରି କ୍ରୀଡା ସାଂସଦ ଅଧ୍ୟାପିକା ନମିତା ଦଣ୍ଡସେନା, ପ୍ରେମରେଖା ଭୋତ୍ରା ଏବଂ ଅଧ୍ୟାପକ ଟୁକୁନା ବଡୁ ଛାତ୍ରଛାତ୍ରୀମାନଙ୍କୁ କଲେଜର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ତର୍କ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନରେ ସଂଗୀତ, ଶଙ୍ଖଫୁଙ୍କା, ଏକକ ଅଭିନୟ, ନାଚ ଆଦି ଅନୁଷ୍ଠିତ ହେବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ କଲେଜର ପ୍ରାୟ ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
previous post
next post