ଓଡିଶା

ଲାଞ୍ଚ ନେଇ ଧରାପଡ଼ିଲେ ଉଦଳା ପୋଷ୍ଟାଲ ଇନ୍ସପେକ୍ଟର

ବାରିପଦା: ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ଉଦଳା ଡାକ ଇନ୍ସପେକ୍ଟର ରାଜେନ୍ଦ୍ର କୁମାର ପୃଷ୍ଟ। ସାର୍ଟିଫିକେଟ କରାଇ ଦେବାକୁ ୫୦ହଜାର ଲାଞ୍ଚ ନେବା ବେଳେ ସେ ଧରାପଡ଼ିଛନ୍ତି। ସିବିଆଇ ତାଙ୍କ ନିକଟରୁ କେମିକାଲ ବୋଳା ଟଙ୍କା ଜବତ କରିବା ପରେ ମାମଲା ରୁଜୁ କରି ଗିରଫ କରିଛି। ଏଥିସହ ତାଙ୍କ ଘର ଏବଂ ଅଫିସରେ ସିବିଆଇ ଚଢ଼ଉ କରି ଛାନ୍‌‌ଭିନ୍‌‌ କରିଛି।

ଉଦଳା ଡାକସର୍କଲ ଅଧୀନ କୁଶଳଦା ପଥୁରିକଟା ପୋଷ୍ଟ ଅଫିସର ଜିଡିଏସ୍‌ ବିପିଏମ ମଳୟ କୁମାର ବେହେରା ବିଭାଗରେ ଚାକିରି କରିଥିବା ବେଳେ ଏବେ ସେ ଶିକ୍ଷକ ଭାବେ ଚାକିରି ପାଇଛନ୍ତି। ଉକ୍ତ ଚାକିରି କରିବା ନିମନ୍ତେ ପୋଷ୍ଟାଲ ବିଭାଗ ପକ୍ଷରୁ ଇସ୍ତଫା ସହ ପୋଷ୍ଟ ୱାର୍କ ଭେରିଫିକେସନ୍‌ ସାର୍ଟିଫିକେଟର ଆବଶ୍ୟକତା ରହିଥିଲା। ଏହି ସାର୍ଟିଫିକେଟ୍‌ ପାଇଁ ମଳୟ ଉଦଳା ଡାକ ନିରୀକ୍ଷକଙ୍କ ନିକଟରେ ପହଞ୍ଚିଥିଲେ। ହେଲେ ସାର୍ଟିଫିକେଟ୍‌ ଦେବାକୁ ରାଜେନ୍ଦ୍ର ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସନ୍ଧ୍ୟାରେ ରାଜେନ୍ଦ୍ର ତାଙ୍କ ଉଦଳାସ୍ଥିତ ବାସଭବନରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ ତାଙ୍କୁ ମାଡ଼ି ବସିଥିଲା।

Related posts

ମାଲକାନଗିରିରେ ଜାତୀୟ ଭୋଟର ଦିବସ ପାଳନ

mahabharatanews

ଓଡ଼ିଆ ପ୍ରବନ୍ଧ ଲିଖନ ଓ ଓଡ଼ିଆ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ

mahabharatanews

ପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରା

mahabharatanews