ଓଡିଶା

ମାଲକାନଗିରି ଜିଲ୍ଲାକୁ ଫେରିଲେ ୧୫ହଜାର ୭୪୩ ପ୍ରବାସୀ ଓଡିଆ

(ସୂର୍ଯ୍ୟକାନ୍ତ ବେହେରା, ମାଲକାନଗିରି): ମାଲକାନଗିରି, କରୋନା ଭାଇରସକୁ ପ୍ରତିରୋଧ କରିବା ନିମେନ୍ତେ ତୃତୀୟ ପର୍ୟ୍ୟାୟ ଲକ ଡାଉନ ଘୋଷଣା ହୋଇଛି, ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ କୋଭିଡ୧୯କୁ ମୁକାବିଲା କରିବା ପାଇଁ ସମସ୍ତପ୍ରକାର ବ୍ୟବସ୍ଥା କରିସାରିଛି । ଲକ ଡାଉନ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାରୁ ଆନ୍ଦ୍ରପ୍ରଦେଶ, ତେଲାଙ୍ଗନା, ଭଦ୍ରାଚଳମ, ବେଙ୍ଗାଲୁର, ହାଇଦ୍ରାବାଦ, ଚେନାଇ ଆଦି ବିଭିନ୍ନ ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକମାନେ ଲକଡାଉନ ହୋଇଥିବା ଯୋଗୁଁ ସେଠାରେ ଅଟକି ରହିଯାଇଥିଲେ, ଏବେ ଫେରିବାକୁ ଲାଗିଲେଣି । ବିଶେଷ କରି ସୀମାନ୍ତ ମୋଟୁ ରାସ୍ତା ଦେଇ ପ୍ରତିଦିନ ଶହ ଶହ ସଂଖ୍ୟାରେ ପ୍ରବାସୀମାନେ ଫେରୁଥିବାରୁ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ଜିଲ୍ଲାପ୍ରସାନ ପକ୍ଷରୁ ବୋର୍ଡର ଚେକ ପୋଷ୍ଟ କରାଯାଇ ୨୪ଘଟିଂଆ ପ୍ରହରା ବ୍ୟବସ୍ଥା କରାଯାଇଛି, ଏହି ରାସ୍ତା ଦେଇ ସାବେରୀ, ସିଲେରୁ ନଦୀ ପାର ହୋଇ ଶହ ଶହ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରୁଥିବାରୁ ସେମାନଙ୍କୁ ପ୍ରଶାସନ ପକ୍ଷରୁ ମୋଟୁ ଚେକ ପୋଷ୍ଟ ଠାରେ ଅଟକାଇ ଡାକ୍ତରୀ ପରୀକ୍ଷା ଓ ସ୍କ୍ରୀନିଂ କରାଯାଇ ସଙ୍ଗରୋଧ ଗୃହକୁ ପଠାଇ ଦିଆଯାଇଛି ।

ମାଲକାନଗିରି ଜିଲ୍ଲାପାଳ ମନୀଷଆଗ୍ରଓ୍ୟାଲ, ଏସପି ରିଶିରେଶ ଡି ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର, ମୋଟୁ ତହସିଲଦାର ସଶାଙ୍କ ମିଶ୍ର, କାଲିମେଳା ବିଡିଓ ଉମାଶଙ୍କର ଦଳେଇ ତହସିଲଦାର ଆଲୋକକୁମାର ଅନୁଗୁଳିଆ ଓ ଅନ୍ୟାନ ପ୍ରଶାସନିକ ଅଧିକାରୀମାନେ ସେଠାରେ ଡେରା ପକାଇ ପ୍ରବାସୀ ଓଡିଆମାନଙ୍କ ପରିସ୍ଥତି ଅନୁଧ୍ୟାନ କରିବା ସହିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ପରିଚାଳାନା ବ୍ୟବସ୍ଥା ତଦାରଖ କରୁଛନ୍ତି । ୨ୟପର୍ୟ୍ୟାୟ ଲକଡାଉନ ସମୟରେ ମାଲକାନଗିରି ଜିଲ୍ଲାକୁ ୮୬୦୬ ପ୍ରବାସୀ ଓଡିଆ ଫେରିଥିବା ବେଳେ ତୃତୀୟ ପର୍ୟ୍ୟାୟ ଲକ ଡାଉନ ସମୟରେ ୧୦ତାରିଖ ମଧ୍ୟରେ ୭୧୩୭ଜଣ ପ୍ରବେସୀ ଫେରିଛନ୍ତି । ଇତିମଧ୍ୟରେ ୧୫ହଜାର ୭୪୩ଜଣ ପ୍ରବାସୀ ଶ୍ରମିକ ଫେରିସାଲିଲେଣି । ଏମାନଙ୍କ ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାର ୭୮୬ଜଣ ଓ ଅନ୍ୟରାଜ୍ୟର ୮୫ଜଣ ଶ୍ରମିକ ରହିଛନ୍ତି । ମୋଟୁ ଚେକ ପୋଷ୍ଟଠାରେ ସମସ୍ତ ଶ୍ରମିକମାନଙ୍କ ନାମ ପଜିଂକରଣ, ସ୍କ୍ରୀନି କରାଯାଇ ସେମାନଙ୍କ ହାତରେ ସିଲ ଲଗାଯାଇଥିଲା, ଏହି ଶ୍ରମିକମାନଙ୍କୁ ଖାଦ୍ୟପୁଡିଆ, ପାଣିବୋତଲ, ମାସ୍କ, ସାନିଟାଇଜର, ସାବୁନ ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆଯାଇ ସେମାନଙ୍କୁ ନିଜ ନିଜ ପଚାଂୟତରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ଗୃହକୁ ୨୧ଦିନପାଇଁ ପଠାଇ ଦିଆଯାଇଛି । ଅନ୍ୟଜିଲ୍ଲା ଓ ଅନ୍ୟ ରାଜର ଶ୍ରମିକମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସରେ ସେମାନଙ୍କ ଜିଲ୍ଲାକୁ ପଠାଇଦିଆ ଯାଇଛି । ଜିଲ୍ଲାର୧୪୩୩ ଗୋଟି ସ୍ୱାବ ନମୁନା ପରିକ୍ଷଣ ନିମନ୍ତେ ଭୁବନେଶ୍ୱରକୁ ପଠାଯାଇଥିଲା ତନ୍ମମଧ୍ୟରୁ ୧୦୦୦ ଗୋଟି ନମୁନା ନେଗେଟିଭ ରିପୋର୍ଟ ଗତ କାଲି ସୁଦ୍ଧା ଆସିଥିବା ବେଳେ ଅନ୍ୟନମୁନା ରିପୋର୍ଟ ହସ୍ତଗତ ହୋଇନାହିଁ ।

। କରୋନା ସଂକ୍ରମଣ ଠାରୁ ଦୁରରେ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ଲକାଡାଉନ ନିୟମକୁ ଠିକ ଭାବେ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଉଛି ।ଭଲଭାବରେ ବାରମ୍ବାର ସାବୁନରେ ହାତ ଧୋଇବା,ମୁହଁରେ ମାସ୍କ ଲଗାଇବା, ବାହାରକୁ ଗଲାବେଳେ ଗହଳି ନକରି ସାମାଜିକ ଦୂରତା ରକ୍ଷାକରିବା ଆଦି ଜନ ସଚେତାନତାର ବାର୍ତା ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଜିଲ୍ଲାବାସୀଙ୍କୁ ଦେଉଥିବାର ଜଣାପଡିଛି ।

Related posts

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

mahabharatanews

ବିଜେଡିରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ

mahabharatanews

କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ଅନୁଷ୍ଠିତ

mahabharatanews

Leave a Comment