Uncategorized

କରୋନାକୁ ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା ନ କରିବାକୁ ଚୀନ ଦେଇଥିଲା ଧମକ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଘୋଷଣା ନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ ଏଚ ଓ) ଉପରେ ଚୀନ୍ ଚାପ ପକାଇବାକୁ ଉଦ୍ୟମ କରିଥିଲା । ଆମେରିକାର ଗୁଇନ୍ଦା ସଂଗଠନ ‘ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍‌ସ୍ ଏଜେନ୍ସି’ ତଦନ୍ତ ପରେ ଏହା କହିଛି। ‘ନିଉଜ୍‌ଉଇକ୍’ରେ ସିଆଇଏ ଏ ଭଳି ଦାବି କରିଥିବା ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟରେ ସିଆଇଏ କହିଛି ଯେ, ‌ଡବ୍ଲୁ ଏଚ ଓ କରୋନା ଭୂତାଣୁ ସଂକ୍ରମଣକୁ ବୈଶ୍ୱିକ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲେ ଚୀନ ସଂଗଠନକୁ ତାର ସହଯୋଗ ବନ୍ଦ କରିବ ବୋଲି ଧମକ ଦେଇଥିଲା। ସ୍ପେନ୍ ଓ ଇଟାଲି ଭଳି ଦେଶରେ ବହୁସଂଖ୍ୟରେ କରୋନା ସଂକ୍ରମିତ ବ୍ୟକ୍ତି ବାହାରିବା ପରେ ଜାନୁଆରି ମାସରେ ଡବ୍ଲୁଏଚଓକୁ ଚୀନ୍ ଏ ଭଳି ଧମକ ଦେଇଥିଲା। ସେତେବେଳକୁ ଚୀନ୍‌ରେ ୮୦ ହଜାରରୁ ଅଧିକ ଜନତା ସଂକ୍ରମିତ ହୋଇସାରିଥିଲେ। କିନ୍ତୁ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ନିଜ ଧାରାରେ କାମ କରିଛନ୍ତି। ଡବ୍ଲୁଏଚ୍‌ଓର ମୁଖ୍ୟ ଟେଡ୍‌ରସ୍ ଆନ୍ଧନୋମ୍ ଘେବ୍ରେୟେସ୍‌ସ୍ ଏବଂ ଜି ଜିନ୍‌ପିଙ୍ଗ୍‌ଙ୍କ ମଧ୍ୟରେ ଜାନୁଆରି ମାସରେ କୌଣସି ଆଲୋଚନା ହୋଇ ନାହିଁ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ।

Related posts

ସିଏଏ ସମର୍ଥନରେ ଆମେରିକାରେ ଶୋଭାଯାତ୍ରା

mahabharatanews

ଆମେରିକାରେ ୭ ଲକ୍ଷରୁ ଊଦ୍ଧ୍ୱର୍ ଆକ୍ରାନ୍ତ, ୩୭ ହଜାର ଟପିଲା ମୃତ୍ୟୁ

mahabharatanews

ଚାମଚରେ ଖାଉଛନ୍ତି କି ଖାଦ୍ୟ ? ତାହେଲେ ଜାଣନ୍ତୁ ହାତରେ ଖାଇବାର ଫାଇଦା

mahabharatanews