ଓଡିଶାରାଜନୀତି

ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ ମାଧ୍ୟମରେ ଯୋଗାଯୋଗ କରିଥହିଲେ ।ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳତା ପାଇଁ ରାଜ୍ୟବାସୀ ଗର୍ବିତ ବୋଲି ସେ କହିଛନ୍ତି।ଏହାଛଡ଼ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାଯାଇଛି।ରାଇସିନା ହିଲ୍ ରେସରେ ବାଜି ମାରିଛନ୍ତି ରାଇରଙ୍ଗପୁର ଝିଅ ଏଭଳି ସମ୍ବୋଧନ କରିଛନ୍ତି ଭାଇ ।

ଦ୍ରୌପଦୀ ମୁର୍ମୁ ଯଶୋବନ୍ତ ସିହ୍ନାଙ୍କ ଠାରୁ ବିଜୟ ଲାଭ କରିଛନ୍ତି। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ ତାରିଖରେ ଶେଷ ହେଉଛି । ୨୫ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି । ଭଉଣୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ସେ ଆସନ୍ତା ୨୩ରୁ ୨୬ ତାରିଖ ଯାଏଁ ଦିଲ୍ଲୀ ଗସ୍ତରେ ଯିବେ। ଚଳିତ ମାସ ୨୫ ତାରିଖରେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ କହିଛନ୍ତି ।

Related posts

ମନି ଲଣ୍ଡରିଂ ମାମଲାରେ ଇଡିର ଗିରଫଦାରୀ ମନମାନୀ ନୁହେଁ: ସୁପ୍ରିମକୋର୍ଟ

mahabharatanews

ଚଳିତ ମାସ ୧୩ ରୁ ଟିକ୍ ଟକ୍ ମନୋରଞ୍ଜନ କାର୍ୟ୍ୟକ୍ରମ ଆରମ୍ଭ

mahabharatanews

ଆସୁଛନ୍ତି ମା ; କଟକରେ ନିଶା ମୁକ୍ତ ସହ DJ ମୁକ୍ତ 

mahabharatanews