ଓଡିଶା

ମା’ ତାରିଣୀଙ୍କର ଦ୍ୱାଦଶତମ ବାର୍ଷିକ ଉତ୍ସବ ଉଦ୍ୟାପିତ

ପାରାଦ୍ୱୀପ: ପ୍ରତିବର୍ଷ ଭଳି ଚଳିତ ବର୍ଷ ନୂଆବଜାର ମୁଣ୍ଡାପଡା ବସ୍ତି ବାସିନ୍ଦା ମା ତାରିଣୀଙ୍କ ବାର୍ଷିକ ଉତ୍ସବ ପାଳନ କରି ଆସୁଥିଲା ବେଳେ ଚଳିତ ବର୍ଷ ତା. ୧୧.୦୨.୨୦୨୦ ରିଖ ମଙ୍ଗଳବାର ଦ୍ୱାଦଶତମ ମା ତାରିଣୀଙ୍କ ପୂଜାର୍ଚ୍ଚନା ବୈଦିକ ରୀତିରେ ମହା ଆଡମ୍ବରରେ ପାଳନ ହେଉଅଛି । ସୁନ୍ଦର ତୋରଣ ସାଙ୍ଗକୁ ମାଙ୍କ ପୀଠରେ ସୁସଜ୍ଜିତ ଫୁଲମାଳ ସହ ଆଲୋକ ମାଳାରେ ଝଲସୁ ଥାଏ ସମ୍ପୂର୍ଣ୍ଣ ଅଂଚଳ । ବସ୍ତିର ସମସ୍ତ ପିଲା ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ଏହି ବସ୍ତି ୧୪ନମ୍ବର ୱାର୍ଡରେ ଯାଉଥିବାରୁ ଏହାର ପାରିଷଦ ମନୋଜ କୁମାର ବେହେରାଙ୍କ ଅବଦାନ ମ୍ମ ଅତୁଳନୀୟ । ସଂଧ୍ୟାରେ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ କରାଯାଇଛି । ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ପରିଲକ୍ଷିତ ହେଉଥିଲାବେଳେ ଆସନ୍ତା ବର୍ଷ ମାଙ୍କ କାର୍ଯ୍ୟକ୍ରମକୁ ଆହୁରି ସରସ ସୁନ୍ଦର କରିବା ପାଇଁ ମା ତାରିଣୀ ସେବକ ବୃନ୍ଦ ଚେଷ୍ଟା ଅବ୍ୟାହତ ରଖିଛନ୍ତି ।

Related posts

ଗାଁକୁ ରାସ୍ତା ନାଇଁ ! ଖଟରେ ବୁହା ହେଲେ ନବଜାତ ଶିଶୁ ଓ ମା

mahabharatanews

ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜିନ୍ନତ୍

mahabharatanews

ଆସନ୍ତାକାଲି ଅନୁଷ୍ଠିତ ହେବ ଏଏସଓ ପରୀକ୍ଷା

mahabharatanews