ଓଡିଶା

ଶିମିଳିପାଳ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଜିନ୍ନତ୍

ମୟୁରଭଞ୍ଜ : ଶିମିଳିପାଳ ଜଙ୍ଗଲକୁ ଗଲା ବାଘୁଣୀ ଜିନତ ।   ମହାରାଷ୍ଟ୍ରରୁ  ଆସିଥିବା  ବାଘୁଣୀ  ଜିନତକୁ ଏନକ୍ଲୋଜରରୁ ବାହାର କରାଯାଇ  ଜଙ୍ଗଲରେ ଛାଡିଛି ବନ ବିଭାଗ ।  ଶିମିଳିପାଳର ଉତ୍ତର ଡିଭିଜନ କୋର ଓରିଆ୍ରଏ  ବାଘୁଣୀ  ଜିନତକୁ  ଛଡାଯାଇଛି । ଏନେଇ  ସୂଚନା ଦେଇଛନ୍ତି  ଶିମିଳିପାଳ ଆରସିସିଏଫ । ଗତ ୧୩ ତାରିଖରେ  ମହାରାଷ୍ଟ୍ରର ତଡବା ଜଙ୍ଗଲରେ  ଜିନତକୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର  ଗାଡିରେ  ଶିମିଳିପାଳକୁ ଅଣାଯାଇଥିଲା । ୧୪ ତାରିଖରେ ପହଞ୍ଚିଥିଲା ବାଘୁଣୀ ଜିନତ ।  ପରେ ଏନକ୍ଲୋଜରରେ ଛଡାଯାଇଥିଲା ।  କିଛି ଦିନ ତଳେ  ଘୁଷୁରୀକୁ ଶିକାର ଖାଇଥିଲା ଜିନତ ।  ଶିମିଳିପାଳ ଅଭୟାରଣ୍ୟ  ବାଘ ବଂଶ ବୃଦ୍ଧି ପାଇଁ  ଦେଶର ଉତ୍ତମ ସ୍ଥାନ ବୋଲି  ଏନଟିସିଏ ସ୍ପଷ୍ଟ କରିଥିଲା ।   ଶିମିଳିପାଳକୁ  ଚଳିତ ମାସ ୭ ତାରିଖରେ ମହାରାଷ୍ଟ୍ରରୁ ଯମୁନା ଆସିଥିବା ବେଳେ ୧୪ ତାରିଖରେ ଜନ୍ନତକୁ ଅଣାଯାଇଥିଲା ।

Related posts

ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ ମୁଣ୍ଡ ଗଲା

mahabharatanews

ମୁଁ ଜବାହରଲାଲ ନେହେରୁଙ୍କୁ ପ୍ରଶଂସା କରେ, କିନ୍ତୁ ଅନ୍ଧ ଭାବରେ ନୁହେଁ

mahabharatanews

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକ

mahabharatanews