Uncategorized

ମିଠା ମକା ପକୋଡ଼ି

ମହାଭାରତ: ଆପଣ ଘରେ ଅନେକ ପ୍ରକାର ପକୋଡ଼ି ପ୍ରସ୍ତୁତ କରିଥିବେ । କିନ୍ତୁ କେବେ ମିଠାମକାର ପକୋଡ଼ି ପ୍ରସ୍ତୁତ କରି ଖାଇଛନ୍ତି କି । ଯଦି ଖାଇନାହାନ୍ତି ତେବେ କିପରି ପ୍ରସ୍ତୁତ କରାଯାଏ ମିଠାମକା ପକୋଡ଼ି ଆସନ୍ତୁ ଜାଣିବା ।

ଆବଶ୍ୟକୀୟ ସାମଗ୍ରୀ: ମିଠା ମକା ୧କପ,ସିଝା ଆଳୁ୨ଟି,ଚିନାବାଦାମ ୨ଚାମଚ,ବେସନ ଅଧକପ,କଞ୍ଚା ଲଙ୍କା ଅଧଚାମଚ,ଅଦା ୧ଚାମଚ,ଲେମ୍ବୁ ରସ ୧ଚାମଚ, କଟା ଧନିଆ ପତ୍ର ଅଧକପ,ଆବଶ୍ୟକ ଅନୁଯାୟୀ ଲୁଣ ଓ ରିଫାଇନ ତେଲ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମିଠା ମକାରେ ଅଳ୍ପ ପାଣି ଦେଇ ସିଝାଇ ଦିଅନ୍ତୁ । ଏହା ପରେ ସିଝା ଆଳୁ ଭଳ ଭାବେ ଚକଟି ଦିଅନ୍ତୁ । ଅନ୍ୟ ଏକ ପାତ୍ରରେ ସିଝା ହୋଇଥିବା ମିଠା ମକା, ଆଳୁ ଚକଟା,ଚିନାବାଦାମ,ବେସନ,କଞ୍ଚାଲଙ୍କା,ଅଦା, ଲେମ୍ବୁରସ, ଧନିଆ ପତ୍ର ଏବଂ ସ୍ୱାଦ ଅନୁଯାୟୀ ଲୁଣକୁ ନେଇ ମିଶ୍ରଣ ପସ୍ତୁତ କରନ୍ତୁ । ଯଦି ଆବଶ୍ୟକ ପଡ଼େ ଅଳ୍ପ ପାଣି ମଧ୍ୟ ମିଶାଇ ପାରିବେ । ଏହା ପରେ ଏହି ମିଶ୍ରଣକୁ ଛୋଟ ଛୋଟ ଗୁଳା କରନ୍ତୁ । ଏବେ କରେଇରେ ତେଲ ଗରମ କରି ଗୁଳା ଗୁଡ଼ିକୁ ପକାଇ ସୁନେଲି ରଙ୍ଗ ହେବାୁ ପର୍ଯ୍ୟନ୍ତ ଭାଜନ୍ତୁ । କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ସ୍ୱାଦିଷ୍ଟ ମିଠା ମକା ପକୋଡ଼ି । ଏହାକୁ ଆପଣ ଯେକୌଣସି ସସ କିମ୍ବା ଚଟଣୀ ସହିତ ପରଶି ପାରିବେ ।

Related posts

କଳାଜିରାରେ ରହିଛି ଅନେକ ସ୍ୱାସ୍ଥ୍ୟକାରୀ ଗୁଣ

mahabharatanews

କରୋନା ନେଲା ୫ ଜୀବନ

mahabharatanews

୭୬ ବର୍ଷରେ ବଲିଉଡ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହଙ୍କ ଦେହାନ୍ତ

mahabharatanews