ଓଡିଶା

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

(ମୟୁରଭଞ / ସତ୍ୟନାରାୟଣ ପାଲ୍ ) ; ମୟୂରଭଞ ଜିଲ୍ଲାର ରାଇରଙ୍ଗପୁର ଝାଡଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଛି ।ସୂଚନାଯୋଗ୍ୟ ଯେ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର କୁଟ୍ରା ବ୍ଲକଠାରେ ଜିନ୍ଦଲ ଏବଂ ଓସିଏଲ ସିମେଣ୍ଟ କମ୍ପାନୀ ଦ୍ୱାରା ଆଦିବାସୀ ମାନଙ୍କ ଜମି ଅଧିଗ୍ରହଣ ବିରୋଧରେ ଜନଶୁଣାଣିରେ ସେମାନଙ୍କୁ ସମର୍ଥନ ଜଣାଇବା ପାଇଁ ରାଉରକେଲା ଗସ୍ତରେ ଯାଇଥିବା ଓଡିଶା ପ୍ରଦେଶ ଝାମୁମୋ ରାଜ୍ୟ ଅଧକ୍ଷା ଅଞନି ସୋରେନ,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତିଙ୍କ ସମେତ ଦଳୀୟ କର୍ମିଙ୍କୁ ରାଉରକେଲାର ଏକ ହୋଟେଲରେ ପୋଲିସ ନଜର ବନ୍ଦି କରି ରଖିଥିଲା ।ଏହାକୁ ନେଇ ପଶ୍ଚିମ ମୟୂରଭଂଜ ଜିଲ୍ଲା ଝାମୁମୋ ପକ୍ଷରୁ ସ୍ଥାନୀୟ କାର୍ୟ୍ୟଳୟ ସମ୍ମୁଖରେଏହି ଘଟଣାକୁ ନିନ୍ଦା ଓ ବିରୋଧ କରରାଯିବା ସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ତୁରନ୍ତ ତାଙ୍କର ନେତୃବୃନ୍ଦ ମାନଙ୍କୁ ମୁକ୍ତ କରାଯାଉ ବୋଲି ଦାବି କରିଥିଲେ ।ଏହି କାର୍ୟ୍ୟକ୍ରମରେ ପଶ୍ଚିମ ମୟୂରଭଂଜ ଜିଲ୍ଲା ଉପସଭାପତି ମଙ୍ଗଲ ସିଂ ଟୁଡୁଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ।ତାଙ୍କ ସହିତ ସୁନାରାମ ଟୁଡୁ,ରଣଜିତ ସିଂ ପ୍ୟାରୀ ସାହୁ,ମନୋଜ ବାରିକ,କାଳିଚରଣ ଟୁଡୁ,ସସ୍ୱରୂପ ମହାନ୍ତ,ଭାଗବତ ମାଝୀ,ସୁରେଶ ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ ।

 

Related posts

କଟକ ମେୟର ସୁବାସ ସିଂଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସ

mahabharatanews

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews