ଓଡିଶାରାଜନୀତି

କଟକ ମେୟର ସୁବାସ ସିଂଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସ

କଟକ : କଟକ ମେୟର ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ କରିଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ। କାମ କର ନଚେତ ମାଲକାନଗିରି ବଦଳି ହୁଅ । ମହାନଗର ନିଗମ କର୍ମଚାରୀଙ୍କୁ କଟକ ନୂତନ ମେୟର ସୁବାସ ସିଂଙ୍କ ମନ୍ତ୍ୟବ୍ୟ ବର୍ତ୍ତମାନ ବିବାଦ ବଢ଼ିବାରେ ଲାଗିଛି । ମାଲକାନିଗିରିକୁ କଳାପାଣି ଭଳି ତୁଳନା କରାଯିବା କୁ ଦୃଢ଼ ନିନ୍ଦା କରିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ । ଏହା ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରତି ଏକ ଅପମାନ ବୋଲି କହିଛି ଜିଲ୍ଲା କଂଗ୍ରେସ ।  ଏନେଇ ଆଜି ମେୟର ସୁବାସ ସିଂଙ୍କ  ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କୁଶପୁତ୍ତଳିକା  ଦାହ କରି ଦୃଢ଼ ପ୍ରତିବାଦ ଜଣାଇଛି । ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱ ରେ କଂଗ୍ରେସ କର୍ମୀ ମାନେ   ଜାତୀୟ ରାଜପଥ ରେ ସୁବାସ ସିଂ ଙ୍କ କୁଶ ପୁତ୍ତଳିକା ଦାହ କରିଛି ।ମେୟରଙ୍କ ର ଏଭଳି ହୀନ ମାନସିକତା ପାଇଁ ଆମେ ଅନୁମାନ କରୁଛୁ ତାଙ୍କ ମସ୍ତିଷ୍କ ବିକୃତ ହେଲାଣି, ଯଦି ଠିକ ଅଛି ଏ ମାଟି ମାକୁ ନିନ୍ଦା କରିବା ପାଇଁ ସର୍ବ ସମ୍ମୁଖରେ ରାଜ କ୍ଷମା ଆବେଦନ କରନ୍ତୁ। ଯଦି ଏ କାମ ନ କରନ୍ତି ତାହେଲେ ଆସନ୍ତା ଦିନରେ ସୁବାସ ସିଂ ଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲା କୁ ପୁରାଇ ଦିଆ ଯିବନି ବୋଲି ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଚେତାବନୀ ଦେଇଛନ୍ତି।

 

Related posts

ମୃତ୍ୟୁ ଏମିତିବି ଆସେ

mahabharatanews

ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ ଦିଲୀପ ତିର୍କୀ

mahabharatanews

ବଲାଙ୍ଗୀର ଲୋକଉତ୍ସବ ଉଦ୍ୟାପିତ

mahabharatanews