ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଜିଲ୍ଲାଶିକ୍ଷା ବିଭାଗର ୪୦ ଲକ୍ଷ ୨୫ ହଜାର ଦାନ

ସୂର୍ଯ୍ୟକାନ୍ତ ବେହେରା/ମାଲକାନଗିରି: ସମଗ୍ର ବିଶ୍ୱ କରୋନା ମହାମାରିରେ ଛନ୍ଦିହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କରୋନା ମହାମାରିର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାଶିକ୍ଷା ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରିଲିଫ ଫଣ୍ଡକୁ ୪୦ଲକ୍ଷ ୨୫ହଜାର ଟଙ୍କା ଦାନ କରାଯାଇଛି । ମାଲକାନଗିରି ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନଦ୍ର ସେଠୀ,ମାଲକାନଗିରି ବ୍ଲକ ଶିକ୍ଷାଅଧିକାରୀ ହିମାଶୁଂ ସେଖର ସମରଥ,କାଲିମେଳା ବ୍ଲକ ଶିକ୍ଷାଅଧିକାରୀ ଗଙ୍ଗାଧର ପଟନାୟକ,ଜିଲ୍ଲାବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତା,ଲକ୍ଷ୍ମୀ ନାରାୟଣ ସେଠୀ,ବିଜୟ ସାହୁ,ପି.ଭାନୁପ୍ରସାଦ ପ୍ରମୁଖ ଶିକ୍ଷାବିଭାଗର କର୍ମାଚାରି ଆଜି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କୁ ସାକ୍ଷାତ କରି ତାଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୪୦ଲକ୍ଷ ୨୫ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି ।

ଭୟାବହ କରୋନା ମହାମାରି ଓ ଲକଡାଉନ ସମୟରେ ଜିଲ୍ଲା ଶିକ୍ଷାବିଭାଗର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ସବ ର୍ଶିକ୍ଷା ଅଭିଯାନ ଓ ଜିଲ୍ଲା ଅଧିକାରୀ କାର୍ୟ୍ୟାଳୟ,ସାତଟି ବ୍ଲକର ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ର ସମସ୍ତ କର୍ମଚାରୀ ମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିଥିବାରୁ ଶିକ୍ଷାବିଭାଗର ଏହିସେବା ମନୋବୃତି କୁ ଜିଲ୍ଲାପାଳ ସାଧୁବାଦ ଜଣାଇଛନ୍ତି ।

Related posts

୩୫ଟି ଆଖଡା ଘରକୁ ୫୦ ହଜାର ଟଙ୍କାର ସହାୟତା

mahabharatanews

ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟ ପଦୋନ୍ନତି ଅଦାଲତ

mahabharatanews

୯୦ ହଜାର ବ୍ଲକବାସୀଙ୍କ ପାଇଁ ମାତ୍ର ୨ ଡାକ୍ତର

mahabharatanews