ଓଡିଶା

୩୫ଟି ଆଖଡା ଘରକୁ ୫୦ ହଜାର ଟଙ୍କାର ସହାୟତା

ପୁରୀ: କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୫ଟି ଆଖଡା ଘରକୁ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦ୍ୱାରା ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ଏହି ସହାୟତା ପ୍ରଦାନ କରାଯାଇଥିବା ଜଣାପଡିଛି। ପୁରୀର ଜାଗାଘର ଓ ଆଖଡା ସଂସ୍କୃତି ବହୁ ପ୍ରାଚୀନ। ଏହା ଶୃଙ୍ଖଳା ଓ ସାହସର ପ୍ରତୀକ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଥିଲେ। ପ୍ରଦାନ କରାଯାଉଥିବା ଅର୍ଥରେ ସମ୍ପୃକ୍ତ ଜାଗା ଘରର ଉନ୍ନତି କରାଗଲେ ସେଠାରେ ଜିମର ବ୍ୟବସ୍ଥା କରାଯିବ ବୋଲି କହିଥିଲେ। ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ ଜାଗା ଘର ଆମ ଗୌରବର ପରିଚୟ। ମୁକ୍ତା ଯୋଜନାରେ ଏହାର ବିକାଶକୁ ତ୍ୱରାନ୍ୱିତ କରାଯାଉଛି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ଜାଗା ଘରର ସଭାପତି, ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।

Related posts

୪ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

mahabharatanews

୧୭୦ ଆକ୍ରାନ୍ତ ଜଣେ ୧୮ ବର୍ଷୀୟ ସୁରତ ଫେରନ୍ତା

mahabharatanews

ସବ୍ ରେଜିଷ୍ଟାରଙ୍କ ଘରେ ଭିଜିଲାନ୍ସ  ଚଢ଼ାଉ

mahabharatanews