ଓଡିଶା

ଆରମ୍ଭ ହୋଇଛି ପ୍ରଥମ ପର୍ୟ୍ୟାୟ ପଦୋନ୍ନତି ଅଦାଲତ

(ଭୁବନେଶ୍ୱର ): ଆଜି ଠାରୁ ପ୍ରଥମ ପର୍ୟ୍ୟାୟ ପଦୋନ୍ନତି ଅଦାଲତ ଆରମ୍ଭ ହେଉଛି। ଚଳିତମାସରେ ଏହା ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ତିନିଦିନ ଧରି ଚାଲିବ। ପୂର୍ବ ନିର୍ଦ୍ଧାରିତ ୬ଟି ସ୍ଥାନରେ ବରିଷ୍ଠ ଅଧିକାରୀ ପଦୋନ୍ନତିରୁ ବଞ୍ଚିତ ସରକାରୀ କର୍ମଚାରୀଙ୍କ ଆପତ୍ତିର ଶୁଣାଣି କରିବେ। ଏହି ପର୍ୟ୍ୟାୟରେ ଶୁଣାଣି ପାଇଁ ୨୨୭୩ ଦରଖାସ୍ତକାରୀଙ୍କ ନାମ ତାଲିକାଭୁକ୍ତ ହୋଇଛି। ସଂପୃକ୍ତ ଦରଖାସ୍ତକରୀଙ୍କ ନିକଟକୁ ଇ-ମେଲ ମାଧ୍ୟମରେ ପ୍ରାପ୍ତିସ୍ବୀକାର ପତ୍ର ପଠାଯାଇଛି। ଏଥିରେ ଶୁଣାଣି ସ୍ଥାନ ଓ ସମୟ ଉଲ୍ଲେଖ କରାଯାଇଛି। ଦରଖାସ୍ତକାରୀମାନେ ପଦୋନ୍ନତି ଅଦାଲତକୁ ଆସିବା ବେଳେ ଏହି ପ୍ରାପ୍ତିସ୍ବୀକାର ପତ୍ର ସାଙ୍ଗରେ ଆଣିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଅଦାଲତରେ ଆବେଦନକାରୀ ନିଜେ ଉପସ୍ଥିତ ରହି ପକ୍ଷ ରଖିବେ। କର୍ମଚାରୀଙ୍କ ତରଫରୁ ଓକିଲ ବା କୌଣସି ଦ୍ୱିତୀୟ ବ୍ୟକ୍ତି ପକ୍ଷ ରଖିପାରିବେ ନାହିଁ। ରବିବାର ବିଭାଗୀୟ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶ୍ରୀ ଚୋପ୍ରା କହିଥିଲେ ଯେ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦୋନ୍ନତି ପାଇବାକୁ ଯୋଗ୍ୟ ଥାଇ ପଦୋନ୍ନତି ପାଇନଥିବା କର୍ମଚାରୀଙ୍କ ପାଇଁ ଅଦାଲତ ଅନୁଷ୍ଠିତ ହେବ। ବାକି ରହିଥିବା ଦରଖାସ୍ତକାରୀମାନଙ୍କ ପାଇଁ ଦ୍ବିତୀୟ ପର୍ୟ୍ୟାୟ ଶୁଣାଣି ଫେବୃଆରୀ ୨୭ ତାରିଖରୁ ୨୯ ତାରିଖ ପର୍ୟ୍ୟନ୍ତ ହେବ। ଏଥିପାଇଁ ଆବେଦନକାରୀଙ୍କ ନିକଟକୁ ଯଥା ସମୟରେ ପ୍ରାପ୍ତିସ୍ବୀକାର ପତ୍ର ପଠାଇ ଦିଆଯିବ। ପଦୋନ୍ନତି ଅଦାଲତରେ କୌଣସି କାରଣରୁ ପଦୋନ୍ନତି ପାଇନଥିବା କର୍ମଚାରୀଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଦୁର୍ଘଟଣାରେ ଜଳିଗଲା ଟ୍ରଲର, ଚାଲିଗଲା ୨ଜୀବନ

mahabharatanews

ଆଜି ଆଡପ ମଣ୍ଡପେ ଅବଢ଼ା ପାଇବେ ଶ୍ରଦ୍ଧାଳୁ

mahabharatanews

କମିଶନରେଟ୍ ପୋଲିସରେ ଚାଲିଛି କ’ଣ? DCPଙ୍କ ଇସ୍ତଫା, IICଙ୍କ ଅସ୍ୱାଭାବିକ ମୃତ୍ୟୁ… ବଢ଼ୁଛି ପ୍ରଶ୍ନ

mahabharatanews