Uncategorized

ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରକୁ ଜେଲରୁ ମୁକ୍ତ କରିବାକୁ ୧୫ ଲକ୍ଷ ଡଲାର ବଣ୍ଡ ପ୍ରସ୍ତାବ

ଓ୍ଵାସିଂଟନ: ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ କୁହାଯାଉଥିବା ପାକିସ୍ତାନୀ ବଂଶୋଦ୍ଭବ ତହବୁର ରାଣାକୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ତାର ଓକିଲ ଅଦାଲତରେ ୧୫ ଲକ୍ଷ ଡଲାର ବଣ୍ଡ ଜମା କରିବାକୁ ପ୍ରସ୍ତାବ ଦେଇଛନ୍ତି। କାର୍ଲିଫର୍ଣ୍ଣିଆ କେନ୍ଦ୍ରୀୟ ଜିଲ୍ଲା ଅଦାଲତର ବିଚାରପତି ଜ୍ୟାକଲିନ୍‌ ଚୁଲଜିୟାନ ବଣ୍ଡ ମାମଲାରେ ଶୁଣାଣି ପାଇଁ ଜୁନ ୩୦ ତାରିଖ ଧାର୍ୟ୍ୟ କରିଛନ୍ତି। ଫେଡେରାଲ ଓକିଲ ଏମି କାରଲିନ୍ ରାଣା ପକ୍ଷରୁ କହିଛନ୍ତି ଯେ, ରାଣାକୁ ଏକ ମଜବୁତ ବଣ୍ଡ ଆଧାରରେ ମୁକ୍ତ କରିବା ଉଚିତ୍। ବଣ୍ଡ ରାଶିର ପରିମାଣ ଅତି କମରେ ୧୫ ଲକ୍ଷ ଡଲାର ରହିଛି। ପରିବାର, ସାଙ୍ଗସାଥୀ ଏବଂ ରାଣାର ଝିଅ ଲିମାନ ରାଣାର ଉପସ୍ଥିତିରେ ଏହି ବଣ୍ଡ ପ୍ରସ୍ତୁତ କରାଯାଉ।
କିଛି ଦିନ ପୂର୍ବେ ଭାରତ ଦ୍ଵାରା ପ୍ରତ୍ୟର୍ପଣର ଅନୁରୋଧ କ୍ରମେ ଆମେରିକା ପୋଲିସ୍ ଲସ ଏଞ୍ଜଲେସରେ ତହବୁର ରାଣାଙ୍କୁ ପୁଣି ଥରେ ଗିରଫ କରିଥିଲା। ଏହି ପରିପ୍ରେକ୍ଷୀରେ ରାଣାର ଓକିଲ କହିଛନ୍ତି ଯେ, ତାଙ୍କ ମହକିଲ୍ ବିଦେଶ ପଳାୟନ କରିବାର କୌଣସି ବିପଦ ନାହିଁ। ସେ ତଦନ୍ତରେ ସହଯୋଗ କରିବେ। ରାଣା କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋର୍ଟ ନିକଟରେ ଅନୁକମ୍ପା ଆଧାରରେ ଜେଲ୍‌ରୁ ମୁକ୍ତ କରିଥିଲେ । ହେଲେ ଭାରତ ପକ୍ଷରୁ ପ୍ରତ୍ୟାର୍ପଣ ଅନୁରୋଧ କରାଯିବା ପରେ ଜୁନ୍ ୧୦ରେ ଲସଏଞ୍ଜଲେସରେ ରାଣାକୁ ପୁଣି ଥରେ ଗିରଫ କରାଯାଇଛି।

Related posts

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

mahabharatanews

ଡିଆରଡିଓ ବିକଶିତ ଆଣ୍ଟି ଡ୍ରୋନର ସଫଳ ପରୀକ୍ଷଣ,ଟ୍ରମ୍ପଙ୍କ ଗସ୍ତ କାଳରେ ହେବ ନିୟୋଜିତ

mahabharatanews

ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ପରଲୋକ

mahabharatanews