Uncategorized

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ୍‌ ଆଦମୀ ପାର୍ଟି (ଆପ୍‌) ବିଧାୟିକ ଅତିଶୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଉଭୟଙ୍କ କରୋନା ଟେଷ୍ଟ ପରେ ଏହା ସ୍ପଷ୍ଟହୋଇଛି ।
ମଙ୍ଗଳବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦର୍ ଜୈନ ଜ୍ୱର ସହିତ ଶ୍ୱାସଜନିତ ପୀଡ଼ା ଅନୁଭବ କରିଥିଲେ । ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା କିନ୍ତୁ ତାଙ୍କର କରୋନା ନେଗେଟିଭ୍ ଚିହ୍ନଟ ହୋଇଥିଲା। ଏବେ ଆଉଥରେ ସେ କରୋନା ଟେଷ୍ଟ୍ କରିବାକୁ ଯାଉଛନ୍ତି ବୋଲି ଜଣାପଡ଼ିଛି । ସେହିପରି ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା । ଅବଶ୍ୟ ପରୀକ୍ଷାରେ ଭୂତାଣୁ ନେଗେଟିଭ୍ ଜଣାପଡ଼ିଥିଲା ।

Related posts

ସାତ ମିନିଟ୍ ବି ରାହିଲାନି ସାତ ଜନ୍ମର ଶପଥ

mahabharatanews

ପରିମ ପୋରାରେ ଆତଙ୍କୀ ଆକ୍ରମଣ,ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

mahabharatanews

ଜାଲିକାଟୁରେ ଭାଗ ନେବେ ସ୍ୱଦେଶୀ ବଳଦ: ମାଡ୍ରାସ ହାଇକୋର୍ଟ

mahabharatanews