Uncategorized

ମୁହଁରେ ମାସ୍କ ପିନ୍ଧି ବିବାହ ହେଲେ ବର କନ୍ୟା

(ମହାଭାରତ): କରୋନା ଭାଇରସ କାରଣରୁ ଗୋଟେ ପଟେ ଲୋକେ ଯେମିତି ଭୟରେ ଥରୁଛନ୍ତି । ସାଧାରଣ ଜନଜୀବନ ବି ଭୟଙ୍କର ଭାବେ ପ୍ରଭାବିତ ହେଲାଣି ।ଏମିତିକି ଲୋକେ ଘରୁ ବାହାରକୁ ପାଦ କାଢ଼ିବାକୁ ବି ଡରୁଛନ୍ତି । ଏମିତି ଏକ ପରିସ୍ଥିତିରେ ମୁମ୍ବାଇର ଏକ ଯୋଡି ବିବାହ ବନ୍ଧନରେ ବାନ୍ଧି ହେବା ସହ ସମାଜକୁ କରୋନା ସତର୍କତା ନେଇ ବାର୍ତ୍ତା ଦେଇଛନ୍ତି । ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇଥିବା ବରକନ୍ୟା ମୁହଁରେ ମାସ୍କ ଲଗାଇ ସାତ ଘେରା ନେଇ ପବିତ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରକୃତରେ ମୁମ୍ବାଇ ସ୍ଥିତ ଭାଣ୍ଡପ ମଣ୍ଡପ ଠାରେ ହିଁ ଏହି ବିବାହଟି ଅନୁଷ୍ଠିତ ହୋଇଥିଲା । ବର ଓ କନ୍ୟା ଉଭୟ ପକ୍ଷ କରୋନା ଭୟରେ ବିବାହକୁ ସ୍ଥଗିତ ରଖିବା ବଦଳରେ ସମସ୍ତ ସାବଧାନତାର ସହ ବିବାହ ଟିକୁ ଅ ।ୟୋଜନ କରିଥିଲେ । ବର ସତୀଶ ଓ କନ୍ୟା ସୁପ୍ରିୟା ନିଜ ବିବାହ ଜରିଅ ।ରେ ସମାଜକୁ କରୋନା ଭାଇରସ ନେଇ ସତର୍କତାର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ଉଭୟ ସବୁଜ ରଙ୍ଗର ମାସ୍କ ପିନ୍ଧିଥିବା ନଜର ଅ ।ସିଥିଲେ । ଖାଲି ସେତିକି ବିବାହ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କ ପାଇଁ ବି ମାସ୍କର ଅ ।ୟୋଜନ କରାଯାଇଥିଲା ।

ଏମିତିକି ବର ଯାତ୍ରୀରେ ଅ ।ସିଥିବା ପଣ୍ଡିତ ମଧ୍ୟ ମାସ୍କ ପିନ୍ଧି ହିଁ ଶୁଭ କାର୍ଯ୍ୟ ସମ୍ପାଦନ କରିଥିଲେ । ଉଭୟ ପକ୍ଷ ସଫାସୁତରା ପ୍ରତି ବିଶେଷ ଧ୍ୟାନ ଦେବା ସହ ଅତିଥି ମାନେ ମଧ୍ୟ ପରସ୍ପର ମଧ୍ୟରେ ଦୂରତା ରକ୍ଷା କରିଥିଲେ । ଗତ ମାସ ଫିଲିପାଇନ୍ସ ଠାରେ ଅନୁଷ୍ଠିତ ହୋଇଥିବା ଏକ ସାମୁହିକ ବିବାହକୁ ମଧ୍ୟ ଅନୁରୂପ ଭାବେ ଅନୁଷ୍ଠିତ କରାଯାଇଥିଲା । ଏହି ଉତ୍ସବରେ ୨୨୦ ଯୋଡି ମାସ୍କ ପିନ୍ଧି ହିଁ ପରସ୍ପର ଏକା ସାଥିରେ ଜୀବନ ବିତାଇବାକୁ ଶପଥ ନେଇଥିଲେ ।

Related posts

ସିଆରପିଏଫ ଏସଆଇ ଅଧିକାରୀଙ୍କୁ ଗୁଳିକରି ନିଜେ ଆତ୍ମହତ୍ୟା କଲା

mahabharatanews

ଆସିକା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ

mahabharatanews

ଦକ୍ଷ ଥାନାଧିକାରୀ ନିଯୁକ୍ତି ପାଇଁ ଜଳେଶ୍ୱର ବିଜେଡି ପକ୍ଷରୁ ଦାବି

mahabharatanews