(ମହାଭାରତ): ପ୍ରାୟ ସମସ୍ତେ-ପୁରୁଷ ହୁଅନ୍ତୁ ବା ମହିଳା,ଅଫିସରେ ସ୍ମାର୍ଟ ଦିଶିବା ପାଇଁ ଚେଷ୍ଟା କରନ୍ତି । ଅନେକ ମହିଳା ଅଫିସ ଯିବାବେଳେ ମେକଅପ ନିଅନ୍ତି । ସେମାନଙ୍କର ଧାରଣା ମେକଅପ ନେଲେ ସେମାନେ ସୁନ୍ଦର ଦେଖାଯିବା ସହିତ ଅଧିକ ସ୍ମାର୍ଟ ଦେଖାଯାଆନ୍ତି । ଆଉ ମେକଅପ ନେଲେ ସେମାନଙ୍କ ଆତ୍ମବିଶ୍ୱାସ ବି ବଢିଯାଏ । ତେବେ ବେଳେବେଳେ ମେକଅପର ମାଚୁପରେ ଏପଟ ସେପଟ ହୋଇଗଲେ ତାହା ସେମାନଙ୍କ ସୌନ୍ଦର୍ଯ୍ୟକୁ ବିଗାଡି ଦେଇଥାଏ । ତେଣୁ ଅଫିସ ଗଲାବେଳେ ସ୍ମାର୍ଟ ଦିଶିବା ପାଇଁ କେମିତି ମେକଅପ ନେବାକୁ ହେବ,ତାହା ବି ଜାଣିବ ଜରୁରୀ । ତା’ହେଲେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।
୧- କିଛି ମହିଳାଙ୍କ ହେଭି ମେକଅପ ବା ଅଧିକା ମେକଅପ ନେବାର ଅଭ୍ୟାସ ଥାଏ । ତେବେ ସେମାନେ ଜାଣନ୍ତି ନାହିଁ ଯେ,ଅଧିକ ମେକଅପ ସେମାନଙ୍କୁ ଅସୁନ୍ଦର କରିଦିଏ । ତେଣୁ ଅଫିସକୁ ଯିବାବେଳେ ହାଲକା ଓ ନ୍ୟାଚୁରାଲ ମେକଅପ ନିଅନ୍ତୁ । ଏହା ଆପଣଙ୍କୁ ସ୍ମାର୍ଟ ଲୁକ୍ ଦେବାରେ ସାହାଯ୍ୟ କରିବ ।
୨- ମେକଅପ ପାଇଁ ଡାର୍କ ଆଇଲାଇନର,ଡାର୍କ ଶେଡ୍ ଲିପଷ୍ଟିକ୍ ଏବଂ ଡାର୍କ ଆଇ ଶ୍ୟାଡୋ ଲଗାନ୍ତୁ ନାହିଁ । ଏହା ପରିବର୍ତ୍ତେ ହାଲକା ରଙ୍ଗର ଆଇଲାଇନର ଓ ଲିପଷ୍ଟିକ୍ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଏକ ସୁନ୍ଦର ଓ ନ୍ୟାଚୁରାଲ ଲୁକ୍ ମିଳିବ ।
୩- ଯଦି ଅଫିସରେ ଅଧିକ ସମୟ ରହିବାକୁ ପଡୁଛି,ତା’ହେଲେ ପର୍ସରେ ଏକ ଛୋଟ ମେକଅପ କିଟ୍ ରଖନ୍ତୁ ।
୪- ସେହିପରି ଯଦି ଆପଣଙ୍କ ସ୍କିନ୍ ଅଏଲି,ତା’ହେଲେ କିଛି କଟନ୍ ଓ ଫେଓ ୱାଶ୍ କୁ ମେକଅପ କିଟରେ ରଖିବାକୁ ଭୁଲନ୍ତୁ ନାହିଁ ।
୫- ସମସ୍ତଙ୍କଠାରୁ ଭିନ୍ନ ଲାଗିବା ପାଇଁ ହେୟାର ଷ୍ଟାଇଲରେ ମଧ୍ୟ ପରିବର୍ତ୍ତନ ଆଣନ୍ତୁ ।
previous post
