Uncategorized

ମେଦବହୁଳତା ସହ ପେଟ ସମସ୍ୟା ଦୂର କରେ ଅମୃତଭଣ୍ଡା

(ମହାଭାରତ): ମେଦବହୁଳତା ଆଜିକାଲି ଅନେକ ଲୋକଙ୍କ ସମସ୍ୟା ପାଲଟିଗଲାଣି । ତା ସାଙ୍ଗକୁ ପୁଣି ଏହି ପେଟ ସମସ୍ୟା । ଏହି ସବୁ ସମସ୍ୟା ଦୂର କରିବାକୁ ସକାଳ ସମୟରେ ଅମୃତଭଣ୍ଡା ଖାଆନ୍ତୁ,ସେବନ କରନ୍ତୁ ଘି କୁଆଁରି । ପୂରାଦିନ ପରିପୂର୍ଣ୍ଣ ରହିବା ପାଇଁ ଆମକୁ ସକାଳ ସମୟରେ ଠିକ ଭାବେ ଭରପୁର ପ୍ରୋଟିନ ଥିବା ଖାଦ୍ୟ ଖାଇବା ଆବଶ୍ୟକ । କିନ୍ତୁ ସକାଳ ସମୟରେ କେଉଁ ଖାଦ୍ୟ ଖାଇଲେ ଆମ ଶରୀର ସୁସ୍ଥ ରହିବ ତାହା ଅନେକ ସମୟରେ ମନରେ ଆସେ । କିନ୍ତୁ ସକାଳ ସମୟରେ ଅମୃତଭଣ୍ଡା, ଘି କୁଆଁରୀ ଶରୀରକୁ ସୁସ୍ଥ ରଖିଥାଏ ।

ଅମୃତଭଣ୍ଡାରେ ଫାଇଭର ଭରପୁର ରହିଥାଏ । ଯାହା ଶରୀରର ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ସହ ଅମୃତଭଣ୍ଡା କଲେଷ୍ଟ୍ରଲ କମ କରିବା ସହ ପେଟ ସଫା ରଖିବାରେ ସହାୟକ ହୋଇଥାଏ । କିଛି ଲୋକଙ୍କ ପେଟ ସମସ୍ୟା ଦେଖାଦେଉଥିଲେ ସେମାନେ ସକାଳେ ଖାଲି ପେଟରେ ଘି କୁଆଁରି ସେବନ କରନ୍ତୁ । ଯାହା ପେଟକୁ ବିଷାକ୍ତ ପଦାର୍ଥ ବାହାର କରି ନିର୍ମଳ ରଖିଥାଏ ।

Related posts

ସୁସ୍ଥ ଲୋକ ପାଇଁ ମାସ୍କର ଆବଶ୍ୟକତା ନାହିଁ: ଏମ୍ସ

mahabharatanews

୪ ଦିନ ପରେ ଗୃହକୁ ଫେରିଲେ ଓମ ବିରଲା

mahabharatanews

ଆମେରିକା ଉପରାଷ୍ଟ୍ରପତି ନିର୍ବାଚନରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳା

mahabharatanews

Leave a Comment