Uncategorized

ମୋଦି ମହିଳା ସଶକ୍ତିକରଣ ପାଇଁ ବହୁ ମହିଳା କେନ୍ଦ୍ରିକ ଯୋଜନା କରିଛନ୍ତି: ଅର୍ଥମନ୍ତ୍ରୀ

ଲକ୍ଷେ୍ନø: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ସତମୁଖର ହୋଇଉଠିଥିଲେ । ଏକ କାର୍ଯ୍ୟକ୍ରମରେ ନିର୍ମଳା କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳାଙ୍କୁ ଗୁରୁତ୍ୱ ଦେଇଆସିଛନ୍ତି ବିଭିନ୍ନ ଯୋଜାନା ମାଧ୍ୟମରେ ଓ ମହିଳା କେନ୍ଦ୍ରିକ ବହୁ ଯୋଜନାର ଶୁଭାରମ୍ଭ କରିଛନ୍ତି । ସେ ଆହୁରି ତାଙ୍କ ପ୍ରଶଂସାରେ କହିଛନ୍ତି, ମୋଦିଙ୍କ ବର୍ତ୍ତମାନ କ୍ୟାବିନେଟରେ ସେ ବହୁ ମହିଳାଙ୍କୁ ମନ୍ତ୍ରୀପଦ ଦେଇଛନ୍ତି । ମନ୍ତ୍ରୀମଣ୍ଡଳରେ ୧୧ ଜଣ ମହିଳା ମନ୍ତ୍ରୀ ମୋଦିଙ୍କ ପାଇଁ ପାଇଛନ୍ତି । ଆଜି ୟୁପିରେ ଆରମ୍ଭ ହୋଇଥିବା ଶକ୍ତି ୩.୦ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି ।
ନିର୍ମଳା ପୂର୍ବ ଦିନକୁ ମନେ ପକାଇ କହିଥିଲେ, ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ସମୟରେ ସେ ମୁଖ୍ୟମନ୍ତ୍ରୀ ଭାବେ ପାଇଥିବା ତାଙ୍କ ସମସ୍ତ ଉପହାରକୁ ନିଲାମ କରି ସେହି ଅର୍ଥକୁ ଝିଅମାନଙ୍କ ଶିକ୍ଷା ପାଇଁ ଦାନ କରିଥିଲେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ରାଜ୍ୟରେ ମହିଳାଙ୍କୁ ସଶକ୍ତ କରିବାକୁ ବହୁ ପଦକ୍ଷେପ ନେଇଥିଲେ । ମହିଳା କେନ୍ଦ୍ରିକ ବହୁ ନିଷ୍ପତ୍ତି ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ନେଇଥିଲେ ।
ଉଜ୍ଜଳା ଯୋଜନା ହେଉ ବା ଜନଧନ ଯୋଜନା ଅବା ମୁଦ୍ରା ଯୋଜନା, ମହିଳାଙ୍କୁ କେନ୍ଦ୍ର ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ବୋଲି ନିର୍ମଳା କହିଥିଲେ । ସେହିପରି କୋଭିଡ ଟୀକାକରଣ ସମ୍ପର୍କରେ ସେ କହିଥିଲେ, କିଛି ବିକଶିତ ରାଷ୍ଟ୍ର ଏପର୍ଯ୍ୟନ୍ତ ଟୀକାର ବିକାଶ କରି ପାରି ନାହାନ୍ତି । ସେମାନେ ଟୀକା ଖୋଜୁଛନ୍ତି । କିନ୍ତୁ ମୋଦିଙ୍କ ପ୍ରୟାସରୁ ଆମେ ଭାରତରେ ୬ଟି ଟୀକା ଉତ୍ପାଦନ କରିବାରେ ସକ୍ଷମ ହୋଇ ପାରିଛୁ । ଆମେ ଏତେ ବଡ ଜନସଂଖ୍ୟା ବିଶିଷ୍ଟ ଦେଶକୁ ତୁରନ୍ତ ଟୀକା ଯୋଗାଇ ଦେଇ ପାରିଛୁ ।
ଏହି କାର୍ଯ୍ୟକ୍ରମରେ ୟୁପି ରାଜ୍ୟପାଳ ଆନନ୍ଦି ବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।

Related posts

କେନ୍ଦ୍ରର ସଂଶୋଧିତ ହୋମ କ୍ୱାରେଣ୍ଟାଇ ଗାଇଡଲାଇନରେ ପରିବର୍ତ୍ତନ

mahabharatanews

ମଧ୍ୟପ୍ରଦେଶର ବେରୋଜଗାରୀଙ୍କୁ ମିଳିବ ୫ ହଜାର ଟଙ୍କା: କମଲନାଥ

mahabharatanews

ପାକକୁ ଜବାବ: ଆମେ ମଧ୍ୟ କ୍ଷମତା ସମ୍ପନ୍ନ

mahabharatanews