Uncategorized

ତାଲିବାନୀଙ୍କ ମଧ୍ୟର ଆନନ୍ଦ ଉଲ୍ଲାସ ନେକଙ୍କ ଜୀବନ ନେଲା

କାବୁଲ: ତାଲିବାନ ଶେଷରେ ପଞ୍ଜଶିର ଦଖଲ କରିଛି । ଏହି ବିଜୟ ପରେ ତାଲିବାନୀଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ପାଳନ ଅନେକଙ୍କ ଜୀବନ ନେଇଛି । ପଞ୍ଜଶିର ଦଖଲ କରିବାର ପରେ କାବୁଲରେ ଥିବା ତାଲିବାନ ଆଖୁବୁଜା ଗୁଳି ଚଳାଇ ଖୁସି ମନାଇଥିଲେ। କିନ୍ତୁ ଏହି ବେପରୁଆ ଗୁଳି ଚାଳନା ଯୋଗୁ କାବୁଲରେ ଅନେକ ଲୋକଙ୍କ ଜୀବନ ଯାଇଛି । କିଛି ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।କିନ୍ତୁ ଦୁର୍ଭାଗ୍ୟ, ତାଲିବାନର ଏପରି କାର୍ଯ୍ୟକୁ ନେଇ ସଂଗଠନ ସାମାନ୍ୟତମ ଦୁଃଖ ପ୍ରକାଶ କରି ନାହିଁ । ଅନ୍ୟପଟେ, ତାଲିବାନ ଆଫଗାନରେ ସରକାର ଗଠନରେ ବ୍ୟସ୍ତ ।
ଶୁକ୍ରବାର ରାତିରେ ହଠାତ୍ ତାଲିବାନ ପଞ୍ଜଶିରକୁ ଦଖଲ କରିଥିବା ସୂଚନା ମିଳିଥିଲା । ଏହି ଖବର ମିଳିବା ପରେ କାବୁଲରେ ଥିବା ତାଲିବାନୀ ଖୁସିରେ ଆତ୍ମବିଭୋର ହୋଇ ଶତାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ବହୁ ଲୋକଙ୍କର ଗୁଳିବାଜି ମୃତ୍ୟୁ ହୋଇଥିବା ବେଳେ ଅନେକ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଗୁଳିମାଡ଼ ଉତ୍ସବର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ତାଲିବାନ ପଞ୍ଜଶିର ଦଖଲ କରିଥିବା ଦାବି କରୁଥିଲେ ହେଁ ଏହାକୁ ନ୍ୟାଶନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ ଖଣ୍ଡନ କରିଛି।

 

Related posts

୬୦ ଆନ୍ଦୋଳନକାରୀ ଶିକ୍ଷାର୍ଥୀ ଅଟକ

mahabharatanews

ଆତଙ୍କୀ ଫଣ୍ଡିଂ ମାମଲାରେ ହାଫିଜ ସଇଦକୁ ଜେଲ ଦଣ୍ଡାଦେଶ

mahabharatanews

ଏପରି କୌଣସି ଦେଶ, ଯେଉଁଠି ସମସ୍ତଙ୍କୁ ସ୍ୱା୍ଗତ କରାଯାଉଛି: ଜୟଶଙ୍କର

mahabharatanews