ଓଡିଶାଭାରତ

ପାରାଦୀପ ବନ୍ଦର ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।

ପାରାଦୀପ ବନ୍ଦର ଗୋପବନ୍ଧୁ ଷ୍ଟାଡିୟମରେ ମହା ସମାରୋହରେ ପାଳିତ ହୋଇଛି ୭୭ତମ ସାଧାରଣ ତନ୍ତ୍ର ଦିବସ। ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍ ହରାନାଦ୍ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ବଳିତ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପ୍ୟାରେଡ୍ ରେ ପାରାଦୀପ ର ବିଭିନ୍ନ ସ୍କୁଲ, କଲେଜ ର ଛାତ୍ରଛାତ୍ରୀ ମାନଙ୍କ ସହିତ ଏନସିସି, ସ୍କାଉଟ୍ ଓ ବନ୍ଦର ର ସିଆଇଏସ୍ଏଫ୍ ଜବାନ ମାନେ ଭାଗ ନେଇଥିଲେ। ସମାବେଶରେ ପାରାଦୀପ ବନ୍ଦର ଦୃତ ଗତିରେ ଏକ ମେଗା ବନ୍ଦର ରେ ପରିଣତ ହେବାକୁ ଯାଉଛି। ଗତ ଆର୍ଥିକ ବର୍ଷ ରେ ୧୫୦ନିୟୁତ ମେଟ୍ରିକ ଟନ୍ କାର୍ଗୋ ପରିବହନ କରି ଏକ ନଂ ସ୍ଥାନ ବଜାୟ ରଖିଥିବା ବେଳେ ୨୦୩୦ସୁଧା ୩୫୦ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରିବାର ଲକ୍ଷ ରଖିଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ୍. ହରାନାଦ୍ ତାଙ୍କ ଅଭିଭାଷଣ ରେ କହିଛନ୍ତି। ପାରାଦୀପ ବନ୍ଦର ଉତ୍ପାଦକତା ଏବଂ ସ୍ଥାୟିତ୍ବ ବୃଦ୍ଧି ପାଇଁ ୧୦୦ପ୍ରତିଶତ ଯାନ୍ତ୍ରିକ କରଣ ଆଡକୁ ଅଗ୍ରସର ହେଉଥିବା ବେଳେ ପଣ୍ୟ କାରବାର କ୍ଷେତ୍ରରେ ଉଲ୍ଲେଖନୀୟ ରେକର୍ଡ ସୃଷ୍ଟି କରିବ ବୋଲି ୭୭ତମ ସାଧାରଣ ତନ୍ତ୍ର ଦିବସରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ତାଙ୍କ ଅଭିଭାଷଣ ରଖିଛନ୍ତି।

Related posts

ଋଷି କପୁରଙ୍କୁ ଶ୍ରଦ୍ଧାଞ୍ଜଳି

mahabharatanews

ଏମ୍ସ ହସ୍ପିଟାଲରେ ଆରମ୍ଭ ହେଲା ଡିଏନଏ ଟେଷ୍ଟିଂ ପ୍ରକ୍ରିୟା

mahabharatanews

କାଲି ନୀତି ଆୟୋଗ ବୈଠକ, ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

mahabharatanews