ଓଡିଶା

ମୋହର ବାଜିବା ଆଗରୁ ପ୍ରସ୍ତାବ ଚିଠା ଭାଇରାଲ

(ସୈାଭାଗ୍ୟ ବିଶ୍ଵାଳ/କୁଜଙ୍ଗ): ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ବ୍ଲକ ସ୍ତରୀୟ ଓ ପାରାଦ୍ୱୀପ ପୌରପାଳିକା ଅଞ୍ଚଳରେ ଯୁବ ବିଜେଡିର ବିଭିନ୍ନ ପଦ ପଦବୀ ପାଇଁ ଦାବିଦାର ଥିବା କର୍ମୀ ମାନଙ୍କୁ ନେଇ ଏକ ଚିଠା ପ୍ରସ୍ତୁତ କରି ଖୋଦ ପାରାଦ୍ୱୀପ ବିଧାୟକ ନିଜ ଲେଟର ପ୍ୟାଡ଼ରେ ଏକ ତାଲିକା ପ୍ରସ୍ତୁତ କରି ଦଳର ଉପରିସ୍ଥ ପଦାଧିକାରୀଙ୍କୁ ପଠାଇଥିଲେ । ହେଲେ ଆଶ୍ଚର୍ୟ୍ୟର ବିଷୟ ବିଧାୟକଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚିଠିଟି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଉକ୍ତ ତାଲିକାରେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳି ପାଇଁ ଜଣେ ଉପସଭାପତି, ଜଣେ ସାଧାରଣ ସମ୍ପାଦକ ଓ ଚାରିଜଣ ସମ୍ପାଦକଙ୍କ ନାମ ସୁପାରିଶ ହୋଇଥିବା ଉଲ୍ଲେଖ ରହିଛି । ପାରାଦ୍ୱୀପ ପୌରାଞ୍ଚଳ ଓ କୁଜଙ୍ଗ ଅଞ୍ଚଳ ପାଇଁ ଜଣେ ସଭାପତିଙ୍କ ନାମ ସୁପାରିଶ ହୋଇଛି । ଏହି ତାଲିକାଟି ଏକ ପ୍ରକାର ଚୂଡାନ୍ତ ନିଷ୍ପତ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏଠାରେ ପ୍ରଶ୍ନ ଉଠୁଛି ଦଳୀୟ ମୋହର ନ ଲାଗିବା ପୂର୍ବରୁ ଏହି ଚିଠା ଭାଇରଲ ହେବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଏହା ଦଳୀୟ ଶୃଙ୍ଖଳାକୁ ଦାଣ୍ଡରୁ ନେଇ ହାଟରେ ଗଡ଼ିବା ସଦୃଶ ହୋଇଛି । ଅନ୍ୟ ଏକ ଘଟଣା କ୍ରମରେ କିଛିଦିନ ପୂର୍ବରୁ ଭୁତମୁଣ୍ଡାଇ ଅଞ୍ଚଳରେ ଜଣେ ଯୁବକଙ୍କୁ କୁଜଙ୍ଗ ବ୍ଲକ ଯୁବ ବିଜେଡି ସଭାପତି କରିବାକୁ ଯୋଜନା ହେଉଥିବା ଜଣାପଡିବା ପରେ ଉକ୍ତ ଖବରଟି ପ୍ରକାଶ ପାଇବାରେ ଦଳୀୟ ନେତାମାନେ ଉକ୍ତ ଯୁବକଙ୍କୁ ଆଶ୍ୱାସନା ଦେବା ଏପରିକି ଉକ୍ତ ଯୁବକଙ୍କ ବିରୁଦ୍ଧରେ ଦଳୀୟ କର୍ମୀମାନେ ଅଭିଯୋଗ କରିବାରୁ ତାଙ୍କୁ ପଦବୀରୁ ବଞ୍ଚିତ କରିବା କର୍ମୀ ମାନଙ୍କୁ ଆଶ୍ଚର୍ୟ୍ୟ ଚକିତ କରିବା ସହିତ ଆଲୋଡନ ସୃଷ୍ଟି କରିଥିଲା । କୁଜଙ୍ଗ ଯୁବ ସଭାପତି ଆଶାୟୀ ଥିବା ଉକ୍ତ ଯୁବକଙ୍କ ଆଶା ସ୍ବପ୍ନ ପାଲଟି ଯାଇଥିଲା । ପୁନଃ ସେହିପରି ଘଟଣା ଘଟିଛି ପାରାଦ୍ୱୀପ ଯୁବ ଆଶାୟୀ ମାନଙ୍କ ତାଲିକା ଦଳୀୟ ମୋହର ପୂର୍ବରୁ ସର୍ବ ସାଧାରଣରେ ଭାଇରଲ ହୋଇଥିବା ବିଧାୟକଙ୍କ ଚୂଡାନ୍ତ ତାଲିକାକୁ ନେଇ । ଏଠି ଗୋଟିଏ ସନ୍ଦେହ ସୃଷ୍ଟି ହେଉଛି କି ଖୋଦ ବିଧାୟକ ଚର୍ଚ୍ଚାରେ ରହିବାକୁ ନିଜେ ନିଜର ଅନୁଗତ ମାନଙ୍କୁ ଲଗାଇ ଏହି ଚିଠାକୁ ଭାଇରାଲ କରି ନାହାନ୍ତି ତ ? ଯେମିତି କଥାରେ ଅଛି ଡାହାଣୀ ହୋଇ ଲାଗିବା ଗୁଣିଆ ହୋଇ ଝାଡ଼ିବା ସେପରି କିଛି ହୋଇଥାଇ ପାରେ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଖୋଦ ବିଧାୟକ ନିଜେ ପ୍ରସ୍ତୁତ କରିଥିବା ତାଲିକା ବାହାରେ ପ୍ରଘଟ ହେଲା କେମିତି, ବିଧାୟକ ଚିଠା ପ୍ରସ୍ତୁତ କରିବା ବେଳେ ଯେଉଁ ମାନେ ତାଙ୍କ ନିକଟରେ ଥିଲେ ସେମାନେ ତ ତାଙ୍କ ନିକଟତର ଓ ବିଶ୍ୱସ୍ତ ହୋଇଥିବେ ତା ହେଲେ କଣ ସେମାନେ ବିଧାୟକ ମହୋଦୟଙ୍କ ବିଶ୍ୱାସରେ ବିଷ ଦେଇ ଏହି ତାଲିକାଟିକୁ ଭାଇରାଲ କରିଛନ୍ତି । ଏହି ଘଟଣାଟି ନିଶ୍ଚିତ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Related posts

ମହାନଦୀରେ ବନ୍ୟା ଆଶଙ୍କା ; ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ସୂଚନା

mahabharatanews

୧୧୨ ଡାଏଲ କଲେ ଏଣିକି ପହଞ୍ଚିବ ଜରୁରୀ ସହାୟତା ଯାନ

mahabharatanews

୧୧ରୁ ବଦଳିବ ପାଗ  

mahabharatanews